ସୁବର୍ଣ୍ଣପୁର ,୦୭/୦୪(ପିପିଟି):ବୀରମହାରାଜପୁର ବିଧାୟକ ତଥା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ପକ୍ଷରୁ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲାପାଳ ଓ ଏସପି ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ପରେ ପରେ ସୋନପୁର ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ସ୍ୱାଗତ ଭାଷଣ ଦେବା ସହ ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ର ବିକାଶ କାର୍ଯ୍ଯରେ ଜିଲ୍ଲା ପ୍ରସାଶନ ର ସମସ୍ତ ଵିଭାଗ ପୂର୍ଣ୍ଣ ସହଯୋଗ ଓ ସମ୍ମନ୍ୱୟ ରଖି କାର୍ଯ୍ଯ କରିବ ବୋଲି କହିଥିଲେ । ପରେ ପରେ ଜିଲ୍ଲାପାଳ ଡ଼.ସାହୁ, ଏସପି ନାରାୟଣ ନାଏକ, ଇଂ ଜଗଦଲାଙ୍କୁ ଫୁଲ ତୋଡା ଉପ ଢ଼ୌକନ ଦେଇ ସମ୍ବର୍ଧନା ଜ୍ଞାପନ କରିଥିଲେ । ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର ଧନ୍ଯବାଦ ଅର୍ପଣ କରିଥିଲେ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ଜଗଦଲା ଏହି ଗୁରୁ ଦାୟିତ୍ବ ପାଇଁ ଓଡ଼ିଶା ସରକାର ଙ୍କୁ ପ୍ରଥମେ ଧନ୍ଯବାଦ ଦେଇ ଜିଲ୍ଲା ପ୍ରଶାସନ ର ଉତ୍ସାହ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଆପଣ ମାନଙ୍କ ମିଳିତ ସହଯୋଗରେ ଜିଲ୍ଲା ର ଦୃତ ବିକାଶ ହେବ ବୋଲି ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ୟରେ କହିଥିଲେ । ଜିଲ୍ଲା ର ଅଧୁରା କାର୍ଯ୍ଯ କୁ ଶୀଘ୍ର ପୂରା କରିବା ତଥା ଜିଲ୍ଲାର ସାମୁହିକ ବିକାଶ ପାଇଁ ମୁଁ ସବୁବେଳେ ବିଧାନ ସଭା ରେ ସ୍ୱର ଉତ୍ତୋଳନ କରି ଆସୁଛି ବୋଲି କହିଥଲେ । ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ହେବ ଓ ଟିମ ୱାର୍କ ରେ ବିକଶିତ ଓଡ଼ିଶା ଗଠନ ସମ୍ଭବ ବୋଲି କହିଥିଲେ । ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ର ସମାଧାନ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ଯ ଲାଗି ଏ ପଦବୀ ମୋ ପାଇଁ ଏବେ ଏକ ଚ୍ୟାଲେଞ୍ଜ ହୋଇଛି ବୋଲି ଈଂ ଶ୍ରୀ ଜଗଦଲା ସମ୍ବର୍ଧନା ସଭା ରେ କହିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ