ବେଗୁନିଆପଡ଼ାରେ ଖୋଲିଲା ନୂଆଁ ସପିଂ ମଲ୍;୨ ଅଭିନେତ୍ରୀ କଲେ ଉଦଘାଟନ ।

0 206

ବେଗୁନିଆପଡା,୧୧/୦୨(ପିପିଟି): ବେଗୁନିଆପଡ଼ା ଠାରେ ଏକ ନୂତନ ସପିଂ ମଲ ର ଶୁଭାରମ୍ଭ ହୋଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଓ ଆଲବମ ଅଭିନେତ୍ରୀ ରୋମାଞ୍ଜଳୀ ପ୍ରିୟଦର୍ଶିନୀ । ଏମାନଙ୍କ ସହ ଆନ୍ତର୍ଜାତୀୟ ଧାବିକା ତଥା ଦୌଡରାଣୀ ଦୂତୀ ଚାନ୍ଦ, ମଡେଲର ନୀକିତା ଭୋଇ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରାଜାରାମ ନାମରେ ଏକ ନୂତନ ସପିଂ ମଲ ର ଶୁଭାରମ୍ଭ ହୋଇଥିବା ବେଳେ ସବୁଠାରୁ ନିର୍ଭର ଯୋଗ୍ଯ ମନ ପସନ୍ଦର ଶାଢୀ, ଡ୍ରେସ୍, ପାଟ୍, ଲେହେଗାଂ, ବାହାଘର ସୁଟ୍, କଟନ ଲୁଗା ପରି ସମସ୍ତ ଜିନିଷ ଏଠାରେ ଉପଲବ୍ଧ ହେଉଥିବା କହିଛନ୍ତି ମଲ୍ ର ମୁଖ୍ୟ ପରିଚାଳକ ବିଭିଷଣ ପ୍ରଧାନ । ବେଗୁନିଆପଡ଼ା ରେ ପ୍ରଥମ ଥର ପାଇଁ ଏଭଳି ଏକ ସଫି ମଲ୍ ଖୋଲୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେପଟେ ଏହି ସପିଂ ମଲରେ ଆଗାମୀ ଦିନରେ ଗ୍ରୋସରୀ ଜିନିଷ ମଧ୍ଯ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ବେଗୁନିଆପଡ଼ା ବଜାର ମୁଖ୍ୟ ରାସ୍ତାରେ ରହିଛି ରାଜା ରାମ ସପିଂ ମଲ। ଶୁଭାରମ୍ଭର ପ୍ରଥମ ଦିନରେ ହିଁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମଲ୍ ପକ୍ଷରୁ ଆକର୍ଷଣୀୟ ଅଫର୍ ଦିଆଯାଉଥିବା ଜଣାପଡିଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.