ଭଞ୍ଜନଗର ,୦୧/୦୨(ପିପିଟି):ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମ ସୁନ୍ଦର ନାୟକ ୯୬ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ଏହି ଖବର ଭଞ୍ଜନଗର ଅଞ୍ଚଳରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଲୋକପ୍ରିୟ, ସ୍ବେଚ୍ଛାସେବୀ,ପ୍ରଥମ ଶ୍ରେଣୀ ଠିକାଦାର ଓ ରାଜନେତା ଥିଲେ।
ଏହି ଦୁଃଖଦ ଖବର ପାଇ ବିଧାୟକଙ୍କ ଭୁବନେଶ୍ୱର ବାସଭବନରେ ବହୁ ରାଜନେତା, ବିଶିଷ୍ଠ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ରାତିରେ ଶ୍ୟାମସୁନ୍ଦରଙ୍କ ମରଶରୀର ଭଞ୍ଜନଗର ବ୍ଲକରେ ଥିବା ତାଙ୍କ ଗ୍ରାମ ତିଳିସିଙ୍ଗି ଠାରେ ପହଞ୍ଚିବା ପରେ ଅନ୍ତିମ ସତ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)