ଯାଜପୁର,୨୧/୦୧(ପିପିଟି): ରାଜ୍ୟ ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବତ୍ତନ ମନ୍ତ୍ରାଳୟ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ, ଜିଲ୍ଲାପରିବେଶ ସମିତି ଆନୁକୂଲ୍ୟରେ ପାଣି କୋଇଲି କେନାଲ ପାର୍ଶ୍ଵ ମା ନେକୃସୁଣୀ ପୀଠରେ ଓ ଧର୍ମଶାଳା ବ୍ଲକର ଗୋକର୍ଣ୍ଣେଶ୍ୱର ପୀଠରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିବେଶ ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ଓ ସଭ୍ୟମାନେ, ସଚେତନ ନାଗରିକ ମଞ୍ଚ ବେଡା ମଧୁପୁରର ସମ୍ପାଦକ ଅର୍ଜୁନ ଚରଣ ସାହୁ ଓ ଅନ୍ୟାନ୍ୟ ସଭ୍ୟ ଅlସlତରୁ ନାୟକ, ଶିବପ୍ରସାଦ ପଣ୍ଡା ,ଜାରକା ଉଚ୍ଚ ବିଦ୍ୟା ଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା,ସାଗର କୁମାର ଭୋଇ ଓ ଉକ୍ତ ବିଦ୍ୟାଳୟର ଇକୋ କ୍ଲଵ ଛାତ୍ର ଛାତ୍ରୀ ମାନେ,ଧର୍ମଶାଳା ବାଣିପୀଠର ଶିକ୍ଷକ ଅମରେଶ କୁମାର ସାହୁ ଓ ଇକୋ କ୍ଲଵ ଛତ୍ର ଛାତ୍ରୀମାନେ , ଧର୍ମଶାଳା ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲଵ ଛାତ୍ର ଛାତ୍ରୀ,ଇକୋ କ୍ଲଵ ଶିକ୍ଷକ ସେକ ସାମ ସୁଦ୍ଦିନ,ଜାରକା ଉଚ୍ଚ ପ୍ରଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷଜ ନାରାୟଣ ନନ୍ଦ ଇତ୍ୟାଦି ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ସମ୍ପର୍କିତ ବ୍ୟାନର , ପ୍ଲାକାର୍ଡ ଧରି ପର୍ଯ୍ୟଟକ ଓ ବଣ ଭୋଜି ଆୟୋଜକ ମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନ କରିଥିଲେ । ଦୀର୍ଘ ୨୮ ଦିନ ଧରି ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ସୁଚାରୁରୂପେ ସ୍ଥାନୀୟ ବଣଭୋଜି ଆୟୋଜକମାନଙ୍କ ମଧ୍ୟରେ ଓ ଜିଲ୍ଲାର ଅନ୍ୟାନ୍ୟ ନଅଟି ବଣ ଭୋଜି ସ୍ଥଳରେ ରେ ଏକକ ବ୍ୟବହାର ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ସୃଷ୍ଟି କରା଼ ଯାଇଆସୁଅଛି । ପ୍ଲାକାର୍ଡ, ବ୍ୟାନର ଧରି,ଏକକ ପ୍ଲାଷ୍ଟିକ ବିରୁଦ୍ଧରେ ସ୍ଲୋଗାନ ଦେଇ ସଚେତନ କରିବା ସହିତ ଉକ୍ତ ଦୁଇଟି ପିକନିକ ସ୍ଥଳରୁ କିଛି ଏକକ ବ୍ୟବହୃତ ପ୍ଲାଷ୍ଟିକ ସଫା କରିଥିଲେ । ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା ସୃଷ୍ଟି ଜାରି ରଖିବାକୁ ଓ ଉକ୍ତ ଅଭିଯାନରେ ନିଜକୁ ସାମିଲ କରିବା ପାଇଁ ପ୍ରତଜ୍ଞା କରି ଶପଥ ପାଠ କରିଥିଲେ । ଏହାସହିତ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଇକୋ କ୍ଲଵ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉକ୍ତ ପ୍ରସଙ୍ଗ ସମ୍ପର୍କିତ ତର୍କ,କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟ କ୍ରମ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଦଶଟି ବଣଭୋଜି ସ୍ଥଳରେ ଚାଲୁ ରଖିବାକୁ ସିଦ୍ଧାନ୍ତ ନିଆଯାଇ ଅଛି ।