କଅଁରପୁର ଗ୍ରାମରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ।

0 265

ବୋଲଗଡ଼,୧୧/୧(ପିପିଟି): ବୋଲଗଡ ବ୍ଲକ ଆରିକମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଁରପୁର ବେଗୁନିଆ ମୂଳ ଗ୍ରାମ ଠାରେ ଶିକ୍ଷାବିତ୍ ତଥା ସମାଜ ସେବୀ ହୃଷିକେଶ ଚମ୍ପତ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଅମୃତ ବାଣୀଙ୍କୁ ବ୍ୟାନର ପ୍ଲାଏ କାର୍ଡ ସ୍ଲୋଗାନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ । ଏହି ଅବସରରେ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମ ଶାଳାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଶ୍ରୀମଦ ଉପବଦ ଗୀତା ପ୍ରଚାର ସଂଘର ସମ୍ପାଦକ ଶିଶିର କୁମାର ଦାସ ଓ ସମ୍ମାନିତ ଅତିଥିଭାବେ ସନ୍ତୋଷ କୁମାର ମହାପାତ୍ର, ଉଦ୍ୟାନବିତ ଗୋପବନ୍ଧୁ ସାହୁ, ରାଧା କାନ୍ତ ଦେବ ମଠ ମହନ୍ତ ପ୍ରସନ୍ନ ଦାସ ମହାରାଜ ଓ ମନୋଜ କୁମାର ମାର୍ଥା ପ୍ରମୁଖ ଯୋଗଦେଇଥିଲେ । ସମସ୍ତ ଯୁବ ଗୋଷ୍ଠୀ ମାନେ ସାଇକେଲରେ ୮ଗୋଟି ଗ୍ରାମ ପରିକ୍ରମା କରି ଭାରତ ମାତାର ଜୟ ଗାନ ଓ ସ୍ୱାମୀ ବିବେକାନନ୍ଦଙ୍କର ଗୀତା ବାଣୀ ପ୍ରଚାର ପ୍ରସାର କରାଇଥିଲେ । ସମସ୍ତ ଜନସାଧାରଣ ହିଂସା ଓ ଘୃଣାକୁ ପରିତ୍ୟାଗ କରି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଭଲ ମଣିଷ ହେବାକୁ ମୁଖ୍ୟ ଅତିଥି ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା ପରାମର୍ଶ ଦେଇଥିଲେ । ପରିଶେଷରେ ଶିକ୍ଷକ ହୃଷିକେଶ ଚମ୍ପତ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.