ବେଲଗୁଣ୍ଠା, ୦୨/୧୨, ନୂତନ ବର୍ଷକୁ ଅଭିନନ୍ଦନ ଜଣାଇବା ଅବସରରେ ଚାରି ଆଡ଼େ ଖୁସିର ମାହୋଲ୍ ଚାଲିଥିବା ବେଳେ ବର୍ଷର ପ୍ରଥମ ଦୀନ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ବେଲଗୁଣ୍ଠା ଅଞ୍ଚଳର ଜଣେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ସଡ଼କ ଦୂର୍ଘଟଣାରେ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୁତ କରିଦେଇଛି । ସୂଚନା ପ୍ରକାରେ ଗୁରୁବାର ବେଲଗୁଣ୍ଠା କୋଳି ସାହିର ଏସ୍ ବରୁଣ କୁମାର (୨୦) କୌଣସି କାମରେ ଏକ ମୋଟରସାଇକେଲ୍ ରେ ଜଗନ୍ନାଥପ୍ରସାଦ ଯାଇଥିଲେ । ସେଠାରୁ ବେଲଗୁଣ୍ଠା ଅଭିମୁଖେ ଫେରିବା ବେଳେ ରାତ୍ର ସାତ ଘଣ୍ଟା ପନ୍ଦର ମିନିଟ୍ ସମୟରେ ବରୁଣ ବେଲଗୁଣ୍ଠା ନିକଟସ୍ଥ ଉଢୁରା- କୋକଲୁଣ୍ଡା ମଝି ରାସ୍ତାରେ ହୋଇଥିବା ବେଳେ ବରୁଣଙ୍କ ମୋଟରସାଇକେଲ୍ ବେଲଗୁଣ୍ଠା ପଟୁ ଯାଉଥିବା ଏକ ଅଟୋ ସହ ଧକ୍କା ହୋଇଥିଲା । ଫଳରେ ବରୁଣ ମୋଟରସାଇକେଲ୍ ସହିତ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ଅଟୋଟି ମଧ୍ୟ ରାସ୍ତ ଉପରେ ଓଲଟି ପଡ଼ିଥିଲା । ଅଟୋରେ ଥିବା ଜଣେ ଶିଶୁ ଏବଂ ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ବରୁଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ୍ ଯୋଗେ ଅଟୋରେ ବସିଥିବା ଆହତ ମହିଳା ଏବଂ ଶିଶୁକୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିବା ବେଳେ ଗୁରୁତର ବରୁଣଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ବରୁଣଙ୍କୁ ବ୍ରହ୍ମପୁର ନେବା ପାଇଁ ପରାମର୍ଶ ଦେଇଥିଲେ । ବରୁଣଙ୍କୁ ବ୍ରହ୍ମପୁର ନିଆଯିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଆସିକା ମେଡିକାଲରେ ଡ଼ାକ୍ତର ବରୁଣଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଆସିକା ମେଡିକାଳରେ ଶବ ଵେବଛେଦ ପରେ ତାର ପରିବାର କୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି l ଆଜି ଅପରାହ୍ନ ତିନିଟା ତିରିଶି ରେ ଶବ ବେଲଗୁଣ୍ଠା ରେ ପହଂଚିବା ପରେ ବରୁଣଙ୍କ ପରିବାର ଏବଂ ସାଙ୍ଗସାଥୀ ମହଲରେ ଶୋକର ଛାୟା ଖେଳି ଯାଇଛି । ବରୁଣ ଜଣେ ମେଧାବୀ, ମେଳାପୀ ଏବଂ ଶାନ୍ତ, ସରଳ ସ୍ଵଭାବର ଛାତ୍ର ଥିଲେ । ସେ ଭୁବନେଶ୍ୱରରର ଏକ ଘରୋଇ କଲେଜ୍ ରେ ଇଞ୍ଜିନିୟରିଙ୍ଗ୍ କରୁଥିଲେ । ସେ ଛୁଟିରେ ଗାଆଁକୁ ଆସିଥିବା ବେଳେ ଦୁର୍ଘଟଣାରେ ନିଜ ଜୀବନ ହରାଇଛନ୍ତି । ବରୁଣଙ୍କ ମାଆ ବେଲଗୁଣ୍ଠା. ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲାଇବ୍ରେରିଆନ୍ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ତାଙ୍କ ବାପା ଉଦୟଗିରିରେ କାର୍ଯ୍ୟରତ ଅଛନ୍ତି ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା