ନବବର୍ଷ ଉପଲକ୍ଷେ ଆଧ୍ୟାତ୍ମିକ ଆଲୋଚନା ଚକ୍ର ।

0 191

ଭୁବନେଶ୍ବର,୩୧/୧୨(ପିପିଟି):ଗତାୟୁ ବର୍ଷକୁ ବିଦାୟ ତଥା ନବବର୍ଷକୁ ସ୍ଵାଗତ କରିବା ଅବସରରେ ପୋଖରୀପୁଟ ଅନନ୍ତ ବିହାର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପରିସରରେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶାଖା ସଂଚାଳିକା ବ୍ରହ୍ମା କୁମାରୀ ଅର୍ପିତା ପ୍ରାରମ୍ଭିକ ଭାଷଣ ସହିତ ନବବର୍ଷକୁ ସ୍ଵାଗତ କରିଥିଲେ । ବ୍ରହ୍ମା କୁମାରୀ ରୁବୀ ସଭା ପରିଚାଳନା କରିବା ସହିତ ନୃତ୍ୟ ସଙ୍ଗୀତର ଆୟୋଜନ କରିଥିଲେ । କୁନି ନୃତ୍ୟଶିଳ୍ପୀ ଆର୍ଯ୍ୟା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଭଉଣୀ ଗୀତା ସଂସ୍କାରିତ ସମାଜ ଗଠନରେ ସତ୍କର୍ମ, ଆଧ୍ୟାତ୍ମିକ ବିଶ୍ୱାସ,ସଦ୍ଭାବନା,ଆତ୍ମ ସମୀକ୍ଷାର ଆବଶ୍ୟକତା ଉପରେ ବିଷଦ ଆଲୋଚନା କରିଥିଲେ । ବ୍ରହ୍ମା କୁମାର ଡାକ୍ତର ଦେବ କୁମାର ପ୍ରଜାପିତା ବ୍ରହ୍ମା ବାବାଙ୍କ ଅଲୌକିକତା ଓ ଆଧ୍ୟାତ୍ମିକ ଅବଦାନ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିର୍ମଳ ଚନ୍ଦ୍ର ସାମଲ,ବିଶିଷ୍ଟ କବି ମାନଗୋବିନ୍ଦ ବାରିକ୍,ଅଧ୍ୟାପକ ମହେନ୍ଦ୍ର କୁମାର ଜେନା,ଭାବାନୀ ପ୍ରସାଦ ପଟ୍ଟନାୟକ,ବି.କେ. କୁମାରୀ ମାତା, ସୁଷମା, ଅନୁସୂୟା, ସରୋଜ, ଆଦି ନାରାୟଣ,କୃଷ୍ଣ ପ୍ରସାଦ,ପଞ୍ଚାନନ ପ୍ରମୂଖ ବହୁ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀ ଯୋଗ ଦେଇଥିଲେ । ଶେଷରେ ବି.କେ. ସିନୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.