ବେଗୁନିଆପଡା ସ୍ଥିତ ଏବିସିଡି ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ।

0 225

କୋଦଳା,୨୦/୧୨(ପିପିଟି):ବେଗୁନିଆପଡା ସ୍ଥିତ ଏବିସିଡି ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ଦୀର୍ଘ ଦିନର ଶିକ୍ଷା ଅଭିଜ୍ଞତା ତଥା ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ବାତାବରଣ ରେ ପାଠ ପଢାକୁ ନେଇ ବେଶ ଖୁସି ବ୍ୟକ୍ତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ ବିଧାୟକ ଶ୍ରୀ ନାୟକ । ଏହି କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ,ବିଜେପି ରାଜ୍ୟ ପରିଷଦ ସଦସ୍ୟ ସତୀଶ ରଞ୍ଜନ ତାରିଣୀ,ବିଦ୍ୟାଳୟ ସଭାପତି ସିମାଞ୍ଚଳ ଶତପଥି, ସରପଞ୍ଚ ସନ୍ତୋଷ ସ୍ୱାଇଁ, କାଶୀନାଥ ବେହେରା,ପୂଜା ପ୍ରଧାନଙ୍କ ସମେତ ସ୍ଥାନୀୟ ଯୁବ ନେତୃବୃନ୍ଦ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.