୨୮୨ ଜଣ ଆବେଦନକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସର୍ବମୋଟ ୭୦,୭୨,୦୦୦/-ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ।

0 188

ଯାଜପୁର,୧୭/୧୨(ପିପିଟି):ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ତା ୧୭. ୧୨. ୨୫ ରିଖରେ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ଓ ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ ନିର୍ମାଣ ଶ୍ରମିକ ସୁର ଜେନା,ଭାଗୀରଥୀ ସାହୁ,ଶରତ ଦେହୁରୀ, ସୁଦର୍ଶନ ସାହୁଙ୍କୁ ଡମି ଚେକ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲେ । ସର୍ବମୋଟ ମୃତ୍ୟୁକାଳୀନ ସହାୟତା ବାବଦରେ ୬ ଜଣଙ୍କୁ ୧୭,୦୦,୦୦୦/- ଟଙ୍କା,ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୬ ଜଣଙ୍କୁ ୩୦,୦୦୦/- ଟଙ୍କା, ଶିକ୍ଷା ସହାୟତା ବାବଦରେ ୨୦୧ ଜଣଙ୍କୁ ୧୯,୯୭,୦୦୦/-,ବିବାହ ସହାୟତା ବାବଦରେ ୬୭ ଜଣଙ୍କୁ ୩୩,୨୫,୦୦୦/- ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ ୨ ଜଣଙ୍କୁ ୨୦,୦୦୦/- ଟଙ୍କାର ସହାୟତା ରାଶି ବୋର୍ଡ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ମୃତ୍ୟୁକାଳୀନ ସହାୟତା ବାବଦରେ ୪ ଜଣ ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ୮,୦୦,୦୦୦/- ଟଙ୍କା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.