ମାଲକାନଗିରି,୧୬/୧୨(ପିପିଟି):ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଚଉଳମେଣ୍ଡି ଗ୍ରାମ ପଞ୍ଚାୟତରେ ଅସହାୟ ଓ ସମ୍ବେଦନଶୀଳ ପରିବାରମାନଙ୍କୁ ସରକାରୀ କଲ୍ୟାଣ ଯୋଜନା ସହିତ ସଂଯୋଜନ କରିବା ଉଦ୍ଦେଶ୍ୟରେ ଏକ ବିଶେଷ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଚଉଳମେଣ୍ଡି ସରପଞ୍ଚ ଜଳନ୍ଧର ନାୟକ , ସମ୍ମାନିତ ଅତିଥି ଭାବେ ମାଥିଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ, ଆର୍ସିଏମଏସ୍ ଡିଇଓ ସୁବ୍ରତ ଚକ୍ରବର୍ତ୍ତୀ, ମାଥିଲି ଏଏଲଓ ତନ୍ମୟ ମଣ୍ଡଳ, ଡିସିଆରଏ ଏଭିଏ ରୂପେଶ ସାହୁ, ଏଡିପି/ଏବିପି ନୀତି ଆୟୋଗ, ଚଉଳମେନ୍ଦି ପିଇଓ ଅଭିଶେକ ବେହେରା, ଏଡିଇଓ ପ୍ରଭାକର ନାଗୁଳୁ ଉପସ୍ଥିତ ରହିଥିଲେ।
ଶିବିରରେ ବୃଦ୍ଧାଭତ୍ତା କାର୍ଡ, ବିଧବା ପେନ୍ସନ୍ କାର୍ଡ, ରାସନ୍ କାର୍ଡ, ଶ୍ରମିକ କାର୍ଡ ଆଦି ସରକାରୀ ଯୋଜନାରେ ଯୋଗ୍ୟ ଲୋକମାନଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଶକ୍ତି ସୋସିଆଲ୍ କଲ୍ଚରାଲ୍ ଏବଂ ସ୍ପୋର୍ଟିଙ୍ଗ୍ ଅର୍ଗାନାଇଜେସନ୍, ମାଲକାନଗିରି ଦ୍ୱାରା ଆୟୋଜିତ କରାଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)