ବୋଲଗଡ଼,୧୫/୧୨ (ପିପିଟି): ବୋଲଗଡ଼ ଥାନାରେ ଯୋଗଦେଇଛନ୍ତି ନୂତନ ଥାନା ଅଧିକାରୀ ସୁକାନ୍ତ କୁମାର ଦଳେଇ। ସେ ଏହା ପୂର୍ବରୁ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଅପରାଧ ଓ ସାଇବର ୟୁନିଟରେ କାର୍ଯ୍ୟରତ ଥିଲେ । ଏଠାରେ ପୂର୍ବରୁ ଅଧିକାରୀ ଥିବା ସ୍ନିଗ୍ଧାମୟୀ ବରାଳ ଖୋର୍ଦ୍ଧା ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ନୂତନ ଥାନା ଅଧିକାରୀ ଶ୍ରୀଦଳେଇଙ୍କୁ ବୋଲଗଡ଼ ସାମ୍ବାଦିକ ଗଙ୍ଗାଧର ଦାଶ,ପ୍ରଦୀପ କୁମାର ପ୍ରଧାନ ସମେତ ବହୁ ସାମ୍ବାଦିକ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ବୋଲଗଡ଼ ଥାନା ଅଞ୍ଚଳରେ ବେଆଇନି ଗୋଚାଲାଣ, ଅବାଧ ନିଶା କାରବାର,ଚୋରାମଦ କାରବାର,ଆଇନିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ମତ୍ତ ପ୍ରକାଶ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।