ବ୍ରହ୍ମପୁର,୧୫/୧୨(ପିପିଟି): ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟିର କପା ମଣ୍ଡି ପରିସରରେ ୨୦୨୫-୨୬ ଖରିଫ ବର୍ଷରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ଓ ମାଣ୍ଡିଆ ସରକାରୀ ମଣ୍ଡି ରେ ବିକ୍ରି କରିବା ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଆରଏମସି ଅଧ୍ୟକ୍ଷ ଅବିନାଶ କୁମାର, ଭା.ପ୍ର.ସେ ସଚେତନତା ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ଆରଏମସି ସମ୍ପାଦକ ଶିବାନନ୍ଦ ବେହେରା,ପୂର୍ବତନ ସମ୍ପାଦକ ଅରୁଣ ମିଶ୍ର ଓ ଆରଏମସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।