୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୨ମାମଲାର ଶୁଣାଣି ।

0 184

ଭଞ୍ଜନଗର, ୧୩/୧୨(ପିପିଟି ):ଭଞ୍ଜନଗର ଏଡ଼ିଜେ କୋର୍ଟ ଠାରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ, ତାଲୁକ ଆଇନ୍ ସେବା କମିଟିର ସେଖ୍ ମହମ୍ମଦ କଏସ ,ସିନିୟର ସିଭିଲ ଜଜ- ଦେବାଶିଷ ବିଶୋଇ, ଏସ ଡି ଜେ ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି, ଜେ ଏମ୍ ଏଫ୍ ସି ଭିୟେନା ନାୟକଙ୍କ ସମେତ ଲୋକ ଅଦାଲତ ବେଞ୍ଚ ସଦସ୍ୟ ଗୋକୁଳ ଚନ୍ଦ୍ର ତ୍ରିପାଠୀ, ରମେଶ ଚନ୍ଦ୍ର ପଣ୍ଡା, ଆଇନ୍ ସେବା କମିଟି ସଦସ୍ୟା ଅଳକା ମଞ୍ଜରି ପଟ୍ଟନାୟକ,ବାର ଆସୋସିଏସନ ସଭାପତି ଲକ୍ଷ୍ମୀ କାନ୍ତ ମହାପାତ୍ର, ସେକ୍ରେଟାରୀ ଜ୍ଯୋତିରାଜ ପତି, ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ ତିଆଡ଼ି, ବଟକୃଷ୍ଣ ପଣ୍ଡା, ରଜନୀକାନ୍ତ ପଟ୍ଟନାୟକ, ପ୍ରଦୀପ ଶେଖର ପାଳ, ସୁରେଶ୍ଵରି ପ୍ରଧାନ, ଦେବୀ ପ୍ରସାଦ ତ୍ରିପାଠୀ, ଦିଲ୍ଲୀପ ତ୍ରିପାଠୀ, ସୂର୍ଯ୍ୟନାରାୟଣ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଏଥିରେ ମୋଟ ୪୨୨ ଗୋଟି ମାମଲାରେ ଶୁଣାଣି ହୋଇଥିବା ବେଳେ ୨୨୭ ମାମଲାର ଫଇସଲା ହୋଇ ମୋଟ ୮୧,୦୪,୯୭୮ଟଙ୍କା ଆଦାୟ ହୋଇଥିଲା।ସେଥି ମଧ୍ୟରେ କ୍ରିମିନାଲ୍ କମ୍ପାଉଣ୍ଡେବୁଲ କେସ୍ ୩ଟି, ଏନ୍ ଆଇ ଆକ୍ଟ ୪ଟି, ବ୍ୟାଙ୍କ ରିକଭରି କେସ୍ ଗୋଟିଏ, ମୋଟର ଦୁର୍ଘଟଣା ଜନିତ କେସ୍ ୧୧ଟି, ମାଟ୍ରିମୋନିଆଲ କେସ୍ ୨ଟି,ଅନ୍ୟାନ୍ୟ ସିଭିଲ କେସ୍ ୧୯ଟି ଓ
ଅନ୍ୟାନ୍ୟ କ୍ରିମିନାଲ କେସ୍ ୧୮୭ଟି ରହିଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.