ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳାରେ ଶିଶୁ ଦିବସ ।

0 219

କୋଦଳା,୧୪/୧୧(ପିପିଟି):କୋଦଳା ସରସ୍ଵତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ ହୋଇଯାଇଛି। କୋଦଳା ତାଲୁକା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଅନୁଷ୍ଠିତ ଶିଶୁ ଦିବସରେ କମିଟି ଅଧ୍ୟକ୍ଷ ତଥା କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା, ଜେଏମଏଫସି ଜର୍ଜ ଶୋଭନ କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ ଭାବେ ଅଭିହିତ କରି କିଭଳି ସେମାନେ ଦେଶ ସେବାରେ ନିଜକୁ ବ୍ରତୀ କରିପାରିବେ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରାଧିକରଣ ସେମାନଙ୍କ ପାଇଁ କିଭଳି ସହାୟତା ପ୍ରଦାନ କରିପାରିବ ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଚଳିତ ପୋକ୍ସୋ ନିୟମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପିପି ସୁବାଷ ଚନ୍ଦ୍ର ସାହୁ,ଓକିଲ ସଂଘ ସଂପାଦକ ଗୋପାଳକୃଷ୍ଣ ସାହୁ,ବରିଷ୍ଟ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର, ଭାସ୍କର ସ୍ବାଇଁ,ଜମିର ଅଲ୍ଲୀ ଖାନ୍,ଶିଶୁ ମନ୍ଦିରର ଗୁରୁଜୀ,ଗୁରୁମା,ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.