ସୁବର୍ଣ୍ଣପୁର ,୦୭/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ସଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉଲୁଣ୍ଡା ଧନୁଯାତ୍ରାରେ ଅଭିନୟ ପାଇଁ କଂସ ଚୟନ କାର୍ଯକ୍ରମ ଶ୍ରୀ କୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଉଲୁଣ୍ଡା ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୬ ରୁ ୧୬ତାରିଖ ପର୍ଯ୍ୟନ୍ତ କରାଯିବା ନେଇ ସ୍ଥିରୀକୃତ ହୋଇଛି । ତେବେ କଂସ ଭୂମିକାରେ ଅଭିନୟ କରିବା ବିଭିନ୍ନ ଜିଲ୍ଲାରୁ ୧୧ ଜଣ କଳାକାର ଆବେଦନ କରିଥିଲେ।ଆଜି ନିର୍ଧାରିତ ତାରିଖ ଅନୁଯାୟୀ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଚାରକ ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ, ଅଭିନେତା ପ୍ରଦ୍ୟୁମ୍ନ କୁମାର୍ ସାହୁ, ସଂସ୍କୃତି ଗବେଷକ ଡ ଅନିରୁଦ୍ଧ କୁରକୁରିଆ, ସାହିତ୍ୟିକ ଡ ଦେବାଶିଷ ପାଣ୍ଡିଆ, ଦାମୋଦର ମେହେର ଯୋଗଦେଇ ଥିଲେ। ବିଚାରକ ମଣ୍ଡଳୀ ଙ୍କ ଉପସ୍ଥିତିରେ ଅବେଦନ କରିଥିବା କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।ଶେଷ ରେ ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ଲାଠୋର ର ସୁଶାନ୍ତ କୁମାର ମେହେର କଂସ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀକୃଷ୍ଣ ସାଂସ୍କୃତିକ କଲାପରିଷଦ ସମସ୍ତ କର୍ମକର୍ତା ସାମିଲ ହୋଇ ଉପସ୍ଥିତ ଥିଲେ।ଏହି ବର୍ଷ ସୁଶାନ୍ତ ମେହେର ଉଲୁଣ୍ଡା ଧନୁଯାତ୍ରା ର କଂସ ଭୂମିକା ରେ ଅଭିନୟ କରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୁଚନା ଦେଇଛନ୍ତି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ