କୋଦଳା,୦୭/୧୧(ପିପିଟି):ଶୁକ୍ରବାର କୋଦଳାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ସଂଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । କୋଦଳା ଥାନାଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପାଳନ ହୋଇଥିବା ବେଳେ ସମସ୍ତ ଥାନା କର୍ମକର୍ତ୍ତା ଉପସ୍ଥିତ ଥିଲେ,ତତ ସହିତ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉପାଧ୍ୟକ୍ଷ୍ୟ ରଞ୍ଜିତା ସେଠୀ,ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ କାଉନସିଲର ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ,ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ,କୋଦଳା ଠାରେ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦିବା ୧୦ ଘଟିକା ସମୟରେ ବନ୍ଦେ ମାତରମ ସଂଗୀତ, ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଦ୍ୱାରା ଆବୃତ୍ତି ମହାବିଦ୍ୟାଳୟର ଅଧକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ଼, ଓଡ଼ିଆ ରଚନା,ଓଡ଼ିଆ କବିତା ଲିଖନ ଓ ଚିତ୍ରାଙ୍କନ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପିକା ରଂଜୁବାଳା ନନ୍ଦ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତା ପାଇଁ ଅଧ୍ୟାପକ ସାଗର ଚାନ୍ଦ ପାତ୍ର, ସପନ କୁମାର ଦାଶ, ଭବାନୀ ଶଙ୍କର ଆଚାର୍ଯ୍ୟ,କାହ୍ନୁ ଚରଣ ପାଳ ଆଦି ଅଧ୍ୟାପକ ଏବଂ ଅପରାଜିତା ପାତ୍ର,ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ,ସୁଶ୍ରୀ ମନୀଷା ପଟନାୟକ, ସାଗରିକା ଦାଶ, ଡ଼କ୍ଟର ଜ୍ୟୋସ୍ନା ରାଣୀ ସାହୁ,ଗୃହଲକ୍ଷ୍ମୀ ସାହୁ, ସୁସ୍ମିତା ମହାପାତ୍ର ଓ ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ ବିଚାରକ ଭାବେ ରହିଥିଲେ । ତପସ୍ୱିନୀ କରଣ, ଲିପୁନ ମାଝୀ ଆଦି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)