ପଞ୍ଚୁକ ପାଇଁ ୨୬ତମ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ।

0 217

ବୋଲଗଡ଼,୦୫/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଓ ଅନନ୍ତା ପଲ୍ଲୀ ଗ୍ରାମର ପଶ୍ଚିମେଶ୍ୱର ଙ୍କ ପୀଠରେ ପଞ୍ଚୁକ ଅବସରରେ ପାଞ୍ଚ ଦିନଧରି ୨୬ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ବହୁ ଶ୍ରଦ୍ଧାଳୁ ଭକ୍ତ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଦେଖିବା ପାଇଁ ବହୁ ଭକ୍ତ ମାନଙ୍କର ଭିଡ଼ ଲାଗିରହିଛି। ମନ୍ଦିର ର ନୀତିକାନ୍ତି ଭିତରେ ଯଜ୍ଞ କାର୍ଯ୍ୟ ହେଉଛି। ହଜାର ହଜାର ଶ୍ରଦ୍ଧାଳୁ ଏହି ଯଜ୍ଞ ଦେଖିବା ପାଇଁଆସୁଥିବାର ପରିଲକ୍ଷିତ ହୋଇଛି । ଏବଂ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୀର୍ଘ ପାଞ୍ଚଦିନ ଧରି ଯଜ୍ଞ ଅନୁଷ୍ଠିତ ହେଉଛି। ଏହି ପୀଠଟି ପାହାଡ ଉପରେ ହୋଇଥିବାରୁ ଏହାର ପାକୃତି ପରିବେଶ ବେସ୍ ମୋନରୋମ। ଏହି ପୀଠଟି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଏଠାକୁ ବହୁ ଶ୍ରଦ୍ଧାଳୁ ନିଜର କର୍ମ ମୟ ଜୀବନକୁ ଛାଡି ଏହି ଜାଗାକୁ ଚାଲି ଆସନ୍ତି ନିଜର ଦୁଃଖ ଜଣାଇବା ପାଇଁ ଭଗବାନ ପଶ୍ଚିମେଶ୍ୱରଙ୍କ ନିକଟରେ। ସ୍ୱୟଂ ପ୍ରଭୁ ପଶ୍ଚିମେଶ୍ୱରଦେବ ସମସ୍ତ ଭକ୍ତ ମାନଙ୍କର ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଏହି ପଶ୍ଚିମେଶ୍ୱରଙ୍କ ପୀଠରେ ହେଉଥିବା ଯଜ୍ଞକୁ ପାହାଡ଼ ପାଖରେ ଥିବା ତାଳତୁମ୍ବ, ଅନନ୍ତାପଲୀ,ମୁଗମଣ୍ଡା, ବାରବାଟୀ ,ସିମାପଲି, ଦେଉଳି, ସାନପଦର, ନୁଆପଲୀ, ନାରାୟଣୀ ପଡା, ଓ ଏହି ଅଞ୍ଚଳର ଗ୍ରାମବାସୀ ସହଯୋଗରେ ଏହି ବିଶ୍ୱଶାନ୍ତି ମହା ଯଜ୍ଞ ହୋଇ ଥାଏ।ତତସହିତ ପ୍ରତେହ ରାତ୍ରରେ ଶାତଦିନ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦୀପାଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.