ବେଗୁନିଆପଡା,୩୧/୧୦(ପିପିଟି): ଶୁକ୍ରବାର ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସରକାର ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି । ଏହି ଏକତା ଦିବସ ଅବସରରେ ରନ ଫର ୟୁନିଟକୁ ମଜବୁତ କରିବା ପାଇଁ ଓଡିଶା ପୋଲିସଙ୍କ ନିର୍ଦ୍ଦେଶ । କୋଦଳା ଥାନା ରେ ମଧ୍ୟ ଦୌଡ଼ କାର୍ଯ୍ୟକ୍ରମ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଥାନା କର୍ମଚାରୀଙ୍କ ସମେତ ସ୍ବର୍ଣ୍ଣମୟୀ ହାଇ ସ୍କୁଲ,ମହିଳା କଲେଜ ଛାତ୍ଛାତ୍ରୀ ସମେତ କର୍ମକର୍ତ୍ତା ଯୋଗଦେଇ ଥିଲେ । ଏହି ଅବସର ରେ ସ୍ଵର୍ଣମୟୀ ହାଇ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ବ ହାସଲ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା,ସେହିପରି ବେଗୁନିଆପଡା ଓ କୋଦଳା ଥାନାରେ ବେଗୁନିଆପଡା ଥାନା ପକ୍ଷରୁ ଏକ ଦୌଡ଼ କାର୍ଯ୍ୟକ୍ରମ ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କେ. ବରିଡା ସ୍ଥିତ ଗୌଡ଼ ଗୌଡ଼ଣୀ ମନ୍ଦିର ଠାରୁ ଥାନା ପର୍ଯ୍ୟନ୍ତ ଦୌଡ଼ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଥାନା ଅଧିକାରୀଙ୍କ ସମେତ ପୂର୍ବତନ ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ବେଗୁନିଆପଡା ସରପଞ୍ଚ ପ୍ରତିନିଧି ଦଣ୍ଡପାଣି ପ୍ରଧାନ,ଖଣ୍ଡିଆନଈ ସରପଞ୍ଚ ପଙ୍କଜ କୁମାର ସେଠି,ଇନ୍ସପେକ୍ଟର ଟୁନା ପୀଡ଼ିକା ସମାଜସେବୀ ଅଶୋକ କୁମାର ସେନାପତିଙ୍କ ସମେତ ଥାନା କର୍ମଚାରୀ ଓ ଯୁବ ଗୋଷ୍ଠୀ ଯୋଗଦେଇ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)