ତାର ସିଂ ଠାରେ ସାଇବର ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ।

0 250

ଭଞ୍ଜନଗର, ୨୬/୧୦(ପିପିଟି):ଦିନକୁ ଦିନ ବିଭିନ୍ନ ଉପାୟରେ ସାଇବର କ୍ରାଇମ ବଢ଼ିବାରେ ଲାଗିଛି।ଯାହା ଫଳରେ ଅନେକ ଲୋକ ଅର୍ଥ ହରାଇ ସର୍ବସ୍ୱାନ୍ତ ହେଉଛନ୍ତି। ଜନସାଧାରଣ ସଚେତନ ହେଲେ ଏହି ଠକେଇକୁ ରୋକା ଯାଇପାରିବ।ତେଣୁ ଏହି ପରିପ୍ରେକ୍ଷୀରେ ତାର ସିଂ ଠାରେ ସାଇବର ସୁରକ୍ଷା ଅଭିଯାନ ଅନ୍ତର୍ଗତ ଗ୍ରାମୀଣ ମହିଳାମାନଙ୍କ ପାଇଁ ଏକ ତାଲିମ ଶିବିର ଆୟୋଜନ ହୋଇଥିଲା।ଏଥିରେ ପ୍ରାୟ ୨୫୦ ଜଣ ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତି, ଆଶା କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଗ୍ରାମାଞ୍ଚଳରେ ଅନଲାଇନ୍ ଠକେଇର ବିଭିନ୍ନ ଦିଗ ଉପରେ ସୂଚନା ପ୍ରଦାନ ଏବଂ ସଚେତନ କରାଯାଇଥିଲା।ଅନଲାଇନ କାରବାର ସମୟରେ ବିଭିନ୍ନ ପ୍ରକାର ଠକେଇ ହେଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ସେମାନଙ୍କୁ କୁହାଯାଇଛି।ଏହି ଶିବିରରେ ତାଲିମପ୍ରାପ୍ତ ମହିଳାମାନେ ନିଜ ଅଞ୍ଚଳରେ
ସାଇବର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।ଆଇସିଆଇସିଆଇ ବ୍ୟାଙ୍କ, ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ, ଠକେଇ ନିବାରଣ ଗ୍ରୁପ ତରଫରୁ ସୁସାନ୍ତ ନାୟକ ତାଲିମଦାତା ଭାବରେ ଏହି ଶିବିରରେ ଯୋଗ ଦେଇଥିଲେ।
ଉପସ୍ଥିତ ବ୍ୟକ୍ତିମାନଙ୍କୁ ସେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ
ପ୍ରଶିକ୍ଷଣ ଦେଇଥିଲେ।ଏଥିରେ ଭଞ୍ଜନଗର ଏସଡିପିଓ ଡ଼ ଦୀପକ କୁମାର ମିଶ୍ର, ତାରସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ
କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.