ରୋଟାରୀ କ୍ଲବ୍ ପକ୍ଷରୁ ଏଣ୍ଡ୍ ପୋଲିଓ ନାଓ ଶୋଭାଯାତ୍ରା ଏବଂ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ ।

0 413

ବେଲଗୁଣ୍ଠା,୨୫/୧୦(ପିପିଟି ):ଆଜି ପୋଲିଓ ଦିବସ ଉପଲକ୍ଷେ ଭଞ୍ଜନଗର ରୋଟାରୀ କ୍ଲବ୍ ତରଫରୁ ବେଲଗୁଣ୍ଠାରେ ଦୁଇଟି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ ହେବା ସହିତ ଏଣ୍ଡ୍ ପୋଲିଓ ନାଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଭଞ୍ଜନଗର ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ୍ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୋଟାରୀ ୩୨୬୨ର ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠି ଯୋଗ ଦେଇ ଭଞ୍ଜନଗର ସ୍ଥିତ ଡିଏଭି ପିଟି ଏସ୍ଆର୍ ପବ୍ଳିକ୍ ସ୍କୁଲ୍ ରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ I ଏହାପରେ ରୋଟାରୀ ଇନର୍ ହ୍ୱିଲ୍ ସଭାପତି ସୁନିତା ବାରିକଙ୍କ ସଭାପତିତ୍ୱରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଣ୍ଡ୍ ପୋଲିଓ ନାଓ ସଚେତନତା ଶୋଭାଯାତ୍ରା ବେଲଗୁଣ୍ଠା ସହର ପରିକ୍ରମା କରିଥିବା ବେଳେ ରୋଟାରୀ କ୍ଲବ୍ ପ୍ରାନ୍ତପାଳ ଶ୍ରୀ ତ୍ରିପାଠି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏଥିରେ ଇନର୍ ହ୍ୱିଲ୍ ଜିଲ୍ଲା ରୋଟାରୀ ୩୨୬ସଭାପତି ମଧୁସ୍ମିତା ତ୍ରିପାଠି ମଧ୍ୟ ଯୋଗ ଦେଇଥିଲେ I ଏହାପରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବିଶୁଦ୍ଧ ପାନୀୟ ଜଳ ଲୋକାର୍ପଣ କରାଯାଇଥିଲା I ଏହାପରେ ତନରଡା ସ୍ଥିତ ଜରାଶ୍ରମର ଅନ୍ତେବାସୀଙ୍କୁ ରୋଟାରୀ କ୍ଲବ୍ ତରଫରୁ ଗିନି,ମୃଦଙ୍ଗ,ଖଞ୍ଜଣି ଭଳି ବାଦ୍ୟ ଯନ୍ତ୍ର ପ୍ରଦାନ କରାଯିବା ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହା ସହିତ ମହିଳାଙ୍କୁ ନେଇ ଗଠିତ ଇନର୍ ହ୍ୱିଲ୍ କ୍ଲବ୍ ର ପ୍ରଥମ ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ପୂର୍ବତନ ରୋଟାରୀ କ୍ଲବ୍ ସଭାପତି ବସନ୍ତ କୁମାର ପାତ୍ର, ସନତ୍ କୁମାର ସୁବୁଦ୍ଧି, ପ୍ରଶାନ୍ତ କୁମାର ସାହୁ, ଭି ଦେବୀ ପ୍ରସାଦ ପାତ୍ର, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ବାବୁ, ଦିଲ୍ଲୀପ୍ ରାଜୁ, ସୁଶାନ୍ତ କୁମାର ବେହେରା, ଦିବ୍ୟ ରଞ୍ଜନ ଦାଶ,ପବିତ୍ର ମୋହନ୍ ପ୍ରଧାନ,ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ,ରାମ ନାରାୟଣ ପାତ୍ର, ଶଙ୍କର ନାରାୟଣ ପାତ୍ର,ତୋଫାନ ସୁବୁଦ୍ଧିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସୁଧୀର କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ସନ୍ତୋଷ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.