କୋଦଳା,୨୩/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ରାହାଡା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟିମ୍ ପରିଦର୍ଶନ ପାଇଁ ଆସିଥିଲେ । ଏଥିରେ ଆଇ ସି / ବି ସି ସି ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରଦିପ କୁମାର ସାହୁ, ଏନ୍ ଟି ଇ ପି ବିଭାଗ ଆକାଉଣ୍ଟ।ଣ୍ଟ ଲୋକନାଥ ପଣ୍ଡା, ପି ପି ପି ଜିଲ୍ଲା ସଂଯୋଜକ ସୁଧୀରକାନ୍ତ ବେହେରା , କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡ଼ାକ୍ତର , ବିପିଏମ୍, ବି ଏ ମ , ଏ ଡି ଇ ଓ ସମେତ ଅନ୍ୟ ମାନେ ପରିଦର୍ଶନ କରିବା ସହ ବାର୍ଷିକ କାର୍ଯ୍ୟଶୈଳୀ ନିର୍ଦ୍ଧାରଣ କରିଥିଲେ। ଏହି ପରିଦର୍ଶନ ସମୟରେ ରାହାଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟିମ୍ ରାହାଡା ମେଡ଼ିକାଲର ସର୍ବାଙ୍ଗୀନ ଉନ୍ନତିକରଣ ସକାଶେ ପ୍ରତିଶୃତି ଦେବା ସହ ସମସ୍ତ କର୍ମଚାରୀଙ୍କୁ ନିଷ୍ଠାପର ସେବା ଯୋଗେଇ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)
Prev Post