ଯାଜପୁର ରେ ପଲ୍ସ ପୋଲିଓ ଉଦଘାଟନୀ ଉତ୍ସବ -୨୦୨୫ ।

0 214

ଯାଜପୁର,୧୨/୧୦(ପିପିଟି): ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି,ଯାଜପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ ପରିସରସ୍ଥ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲସ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ମିଶ୍ର ଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି। ପ୍ରଥମ ଶିଶୁ ସାଇ ଅର୍ଜିତା ଙ୍କୁ ଡା. ମିଶ୍ର ପଲସ ପୋଲିଓ ବୁନ୍ଦା ପ୍ରଦାନ କରଥିଲେ । ଏହି କାର୍ଯ୍ୟକ୍ରମରେ ଅକ୍ଟୋବର ୧୨, ୧୩, ଏବଂ ୧୪ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ରେ ଜନ୍ମରୁ ୫ ବର୍ଷର ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ।ଜିଲ୍ଲାପାଳ ଅମ୍ବର କୁମାର କର ଏହି ଅଭିଯାନ ର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ୍ ସ୍ତରରେ ଏହାର ସଫଳ ପରିଚାଳନା କରି ଜିଲ୍ଲା କୁ ପୋଲିଓ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ପଲ୍ସ ପୋଲିଓ କାର୍ଯ୍ୟକ୍ରମରେ ସମୁଦାୟ ୧,୮୦,୪୬୬ ଜଣ ଜନ୍ମରୁ ୫ ବର୍ଷ ବୟସର ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଏଥିପାଇଁ ମୋଟ ୮୪୬ ଟି ପୋଲିଓ ବୁଥ, ୩,୩୮୪ ଜଣ ପଲ୍ସ ପ୍ରଦାନକାରୀ(ଭାକ୍ସିନେଟର),୧୬୫ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଆଜି ୮୪୬ଟି ବୁଥ ରେ ପୋଲିଓ ବୁନ୍ଦା ଦିଆଯାଉଛି। ଜିଲ୍ଲାର ମୋଟ ୩,୯୦,୧୮୧ ଟି ହାଉସ ହୋଲଡ଼ ରେ ଜନ୍ମ ରୁ ୫ ବର୍ଷ ର ସମସ୍ତ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଯିବ । ଏଥିପାଇଁ ୨୭ ଟି ଟ୍ରାନଜିଟ ପଏଣ୍ଟ ଥିବା ବେଳେ ୨୬୧ ଟି ସବ୍ ସେଣ୍ଟର୍,୩୬ ଟି ମୋବାଇଲ ଟିମ୍ ନିୟୋଜିତ ଅଛନ୍ତି। ସୂଚନା ପ୍ରଚାର ପ୍ରସାର ନିମନ୍ତେ ପ୍ରତ୍ୟେକ ପଲସ୍ ପୋଲିଓ ବୁଥ୍ ପାଇଁ ବ୍ଯାନର ଓ ପୋଷ୍ଟର ପ୍ରଦାନ କରାଯାଇଛି। ଏହା ସହିତ ବ୍ଳକ ସ୍ତରରେ ମାଇକିଂ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମର ଅଧିକାଂଶ ଭାକସିନେଟର ହେଉଛନ୍ତି ଆଶା ଏବଂ ଅଙ୍ଗନବାଡି କର୍ମୀ। ଏହା ସହିତ ଅନ୍ୟମାନେ ହେଉଛନ୍ତି ଭଲ୍ଯୁଣ୍ଟିୟର। ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଜୟ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ସୁପରିଣ୍ଟେଣ୍ଡେଣ୍ଟ ଡା ମନୋଜ ସେନାପତି, ଏଡିଏମଓ ପରିବାର କଲ୍ୟାଣ ତଥା ଇମ୍ୟୁନାଇଜେସନ ଅଫିସର ଡା ଗୋପାଳ ଚନ୍ଦ୍ର ମଲ୍ଲିକ,ସମାଜସେବୀ କାର୍ତ୍ତିକ ଚନ୍ଦ୍ର ନାୟକ, ସ୍ମୃତିଲତା ବିଶ୍ଵାଳ,ଶୁଭ୍ରଜିତ୍ ପୃଷ୍ଟି,ରମେଶ କୁମାର ମିଶ୍ର,ମିଲନ ପଢ଼ିଆରି,ରାକେଶ ପଣ୍ଡା,ରମାକାନ୍ତ ବାରିକ,ଡି ପି ଏମ୍ ବିଶ୍ବରଂଜନ ରଥ, ସମସ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.