ଯାଜପୁର,୦୭/୧୦(ପିପିଟି):ଓଡ଼ିଶା ରାଜ୍ୟରେ ବେସରକାରୀ ନିଶା କାରବାରକୁ ବନ୍ଦ କରିବା ନେଇ ସରକାର ବିଭିନ୍ନ ଉପାୟ ହାତକୁ ନେଉଛନ୍ତି। କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ ଏଇ ବ୍ୟବସ୍ଥା ଫେଲ ମାରୁଛି।
ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାରେ ପାଖାପାଖି ୯ ମାସ ହେବ ଗାଁ ଗାଁ , ସାହି ସାହି ରେ ପ୍ରବଳ ମାତ୍ରାରେ ବେସରକାରୀ ନିଶା କାରବାର ବଢ଼ିବାରେ ଲାଗିଛି। ଚୋରାରେ ବିକ୍ରି ହେଉଛି ଗୂଡ଼ ଓ ରାସାୟନିକ ୟୁରିଆ ସାର ମିଶ୍ରିତ ମଦ,ହାତ ତିଆରି ମଦ ଆଦି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ। ଏହା ହେବା ଦ୍ୱାରା ନିଶାଡିଙ୍କ ସଂଖ୍ୟା ବୃଦ୍ଧି ହେଉଛି। ନିଶାଡିଙ୍କ ସଂଖ୍ୟା ବୃଦ୍ଧି ହେବାରୁ ଚୋରି, ରାହାଜାନି,ଗଣ୍ଡଗୋଳ ଆଦି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ସମାଜରେ ବୃଦ୍ଧି ପାଉଛି। ଅନ୍ୟପଟେ ହାତ ତିଆରି ନିଶା ଖାଇ ଲୋକେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି। ଏକ ଭରଷା ଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତା ୩୦/୦୧/୨୦୨୫ ରିଖରେ ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ଚିଠି ନମ୍ୱର ୫୩୫ ରେ ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଭାବେ ଦିବ୍ୟକିଶୋର ତଣ୍ଡେଇ ନୂତନ କରି ଯୋଗ ଦେଇଥିଲେ। ସେବେ ଠୁ ଅଦ୍ୟାବଧି ପର୍ଯ୍ୟନ୍ତ ଜିଲ୍ଲାରେ ଅସମ୍ଭାଳ ଅବକାରୀ ବ୍ୟବସ୍ଥା। କେତେବେଳେ ମନଇଚ୍ଛା ବଦଳି ତ ପୁଣି କେତେବେଳେ ନିଯୁକ୍ତି। ଠାବେ ଠାବେ କୁଚିଆ ସୃଷ୍ଟି କରି ବଟି ଆଦାୟ କରିବା ଭଳି ଜଘନ୍ୟ କେଳେଙ୍କାରୀ କରିବାରେ ତଣ୍ଡେଇ ମହାଶୟ ପାରଙ୍ଗମ। ନିକଟ ଅତୀତରେ ଅବକାରୀ ବିଭାଗର ସଚିବ ଭାସ୍କର ଜ୍ୟୋତିଶର୍ମା ତା ୩୦/୦୮/୨୦୨୫ ରିଖରେ ଚିଠି ନମ୍ବର୍ ୫୦୪୦ ରେ ତା ୦୧/୦୯/୨୦୨୫ ରିଖରୁ ତା ୩୦/୦୯/୨୦୨୫ ରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ୍ କରି ବେସରକାରୀ ନିଶା କାରବାରକୁ ଚଢ଼ାଉ କରିବା ଏବଂ ଆବଶ୍ୟକ ସ୍ଥଳେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ଯାଜପୁର ଜିଲ୍ଲାରେ ଏହାର ଓଲଟା ଦେଖିବାକୁ ମିଳିଛି। ଅଧିକ୍ଷକଙ୍କ ଦ୍ୱାରା ମୋଟ ୨୦୭ କେସ୍ ରେଜେଷ୍ଟି ହୋଇଛି। ବିଡ଼ମ୍ବନାର ବିଷୟ ୧୬୯ ଜଣକୁ ଟଙ୍କା ନେଇ ତଣ୍ଡେଇ ବାବୁ ମାପ୍ କରିଦେଇଛନ୍ତି। ବାକି ୩୦ ଜଣଙ୍କୁ ଲୋକ ଦେଖାଣିଆ ଫରୁଆଡ଼୍ କରିଛନ୍ତି।ଯାହାକି ଓଡ଼ିଶାର ୩୦ ଟା ଜିଲ୍ଲାରୁ ବିରଳ ଯାଜପୁର ଜିଲ୍ଲା। ଯତ୍ ଦ୍ୱାରା ଆମ ରାଜସ୍ବ ବହୁଳ ମାତ୍ରାରେ ହାନି ହେଉଛି ।
ଏ ସବୁକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ସମାଜସେବୀ ସବ୍ୟସାଚୀ ସାହୁ ଗତ ତା ୦୪/୧୦/୨୦୨୫ ଶନିବାର ଦିନ ଯାଜପୁର ଜିଲ୍ଲାର ସାଂସଦ ରବିନାରାୟଣ ବେହେରାଙ୍କୁ ମୂଳାପାଳ, କୁଆଖିଆ ସ୍ଥିତ କାର୍ଯ୍ୟାଳୟରେ ଭେଟି ଦାବି ଜଣାଇଛନ୍ତି। ଜିଲ୍ଲାରେ ଅବକାରୀ ବିଭାଗର ସଠିକ୍ ଚଢ଼ାଉ,ବେସରକାରୀ ମଦ ବିକ୍ରି ବନ୍ଦ,ହାତ ତିଆରି ମଦ ବନ୍ଦ ଆଦି ବିଷୟ ଦାବିରେ ଉଲ୍ଲେଖ ଅଛି।