ଜୀବନରେ କଠିନ ପରିଶ୍ରମ ବୃଥା ଯାଏନି,ରିତେଶ ପାଇଲେ ଡାକ୍ତରୀ ଶିକ୍ଷା।

0 237

ବୋଲଗଡ,୦୧/୧୦(ପିପିଟି): ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର ରମେଶ କୁମାର ସ୍ୱାଇଁ ଓ ସଚଳା କୁମରୀ ସ୍ୱାଇଁଙ୍କ କନିଷ୍ଟ ପୁତ୍ର ରିତେଶ କୁମାର ସ୍ୱାଇଁ ୨୦୨୫ ମସିହା ଜାତୀୟ ଦକ୍ଷତା ଟେଷ୍ଟ ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇ କୃତକାର୍ଯ୍ୟ ହୋଇପାରିଛନ୍ତି । ରିତେଶ ୧୮ବର୍ଷ ବୟସରେ କଟକ ସ୍ଥିତ ରେଭେନ୍ସା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ପାସ କରି ପ୍ରଥମ ଥର ଜାତୀୟ ଦକ୍ଷତା ଟେଷ୍ଟ ରେ ସଫଳତା ହାସଲ କରି ପାରିଛନ୍ତି। ସେ ଜୀବନରେ ଜଣେ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ହୋଇ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ସମସ୍ତ ଜନସାଧାରଣ ସମେତ ଗରିବ ଖାଟିଖିଆ ଦିନ ମଜୁରିଆ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା କରିବା ପାଇଁ ଭୁବନେଶ୍ୱର ସ୍ଥିତ ଯୁଦ୍ୱଦୟ ଆଡ଼ଭାନ୍ସ କ୍ଲାସସେସ କୋଚିଂ କେନ୍ଦ୍ରରେ ଶିକ୍ଷା ଅଧ୍ୟୟନ କରୁଥିଲେ । ରିତେଶ ପ୍ରଥମ ଥର ପାଇଁ ଜାତୀୟ ଦକ୍ଷତା ଟେଷ୍ଟ ପରୀକ୍ଷାରେ ସମୁଦାୟ ୫୨୧ ସର୍ବୋଚ୍ଚ ନମ୍ବର ରଖି ଡାକ୍ତରୀ ପାଠ ପଢ଼ା ଶିକ୍ଷା ଅଧ୍ୟୟନ ନିମନ୍ତେ ତାଳଚେର ସ୍ଥିତ ସରକାରୀ ପବିତ୍ର ମୋହନ ପ୍ରଧାନ ଡାକ୍ତରୀ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷରେ ନାମ ଲେଖଇ ଅଛନ୍ତି। ସେ ଜୀବନରେ ଜଣେ ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ହୋଇ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ସମୟାନୁବର୍ତ୍ତିତା ହୋଇ ବିନା ବାଧା ବିଘ୍ନରେ ଠିକ ସମୟରେ ରୋଗୀମାନଣଙ୍କର ସ୍ୱାସ୍ଥ୍ୟ ସେବା କରି ଜୀବନ ବଞ୍ଚାଇବାକୁ ଗରି ଖଟିଖିଆ ଦିନମଜୁରିଆ ଚାଷୀ ପୁଅ କୃତୀ ଛାତ୍ର ରିତେଶ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି । ସମସ୍ତ ଛାତ୍ର ଛାତ୍ରୀମାନେ ଜାତୀୟ ଦକ୍ଷତା ଟେଷ୍ଟ ପରୀକ୍ଷାରେ ନିଷ୍ଠାର ସହ କଠିନ ପରିଶ୍ରମ କଲେ ଜୀବନରେ ନିଶ୍ଚୟ ସଫଳ ହୋଇପାରିବ ବୋଲି ଡାକ୍ତରୀ ଛାତ୍ର ରିତେଶ କୁମାର ସ୍ୱାଇଁ ମତ ପ୍ରକାଶ କରିଅଛନ୍ତି । ଟାଙ୍ଗୀସାହି ଗ୍ରାମରେ ପ୍ରଥମ ଥର ପାଇଁ ରିତେଶ କୁମାର ସ୍ୱାଇଁ ରାଜ୍ୟ ସରକାଙ୍କ ତରଫରୁ ଡାକ୍ତରୀ ଶିକ୍ଷା ଅଧ୍ୟୟନ କରିବା ପାଇଁ ସୁଯୋଗ ପାଇଥିବାରୁ ଫାସିଓଦା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି । ଏଥିପାଇଁ ଟାଙ୍ଗୀସାହି ଗ୍ରାମର ସମସ୍ତ ଶିକ୍ଷାବିତ୍, ସମାଜ ସେବୀ, ବୃଦ୍ଧିଜୀବୀ, ଯୁବଗୋଷ୍ଟି, ମହିଳା ଗୋଷ୍ଠୀ ଓ ଗ୍ରାମ ବାସୀମାନେ ରିତେଶକୁ ଶୁଭ ଆଶୀର୍ବାଦ ପ୍ରଦାନ କରିଅଛନ୍ତି l ମା’, ମାଟି,ମାତୃଭାଷାକୁ ଭଲ ପାଇ ଜଣେ ଡାକ୍ତର ହିସାବରେ ମୁଁ ଭବିଷ୍ୟତରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା କରିବି ବୋଲି ଡାକ୍ତରୀ ଛାତ୍ର ରିତେଶ ଜୀବନରେ ଶପଥ ନେଇ ଅଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.