ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ।

0 188

ଭଞ୍ଜନଗର, ୨୮/୦୯(ପିପିଟି ):ବେଲଗୁଣ୍ଠା ବ୍ଲକ ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି lବିଦ୍ୟାଳୟର ପ୍ରତିଷ୍ଠାତା କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ନିଜ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବିଶ୍ଵାଳ ଆଧ୍ୟାତ୍ମିକ ମାର୍ଗରେ ଛାତ୍ରଛାତ୍ରୀମାନଙ୍କୁ ପରିଚାଳିତ ହେବାପାଇଁ ମାର୍ଗଦର୍ଶନ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ସ୍ୱାଇଁ , ଚନ୍ଦ୍ରମଣୀ ଲେଙ୍କା, ଶୀତାକାନ୍ତ ତ୍ରିପାଠୀ, ବିଦ୍ୟାଳୟ ଉପସଭାପତି ବିଭୁପାଦ ଜେନା , ବ୍ୟାଙ୍କ ଅଫ ଇଣ୍ଡିଆ କ୍ଷତ୍ରିୟବରପୁର ଶାଖା ପରିଚାଳକ ଦୟାଲ ସେଠୀ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ରାଉତ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଛାତ୍ରୀ ଶ୍ରୃତି ସୁଧା , ରେଶ୍ମା ରାଣୀ ଏବଂ ସନ୍ଧ୍ୟା ରାଣୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କର ବାର୍ଷିକ ବିବରଣୀ ପଠନ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ଅତିଥି ମାନେ ପ୍ରଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.