ଜଗନ୍ନାଥ ପ୍ରସାଦ, ୨୬/୦୯(ପିପିଟି):ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଆତଙ୍କ ସୃଷ୍ଟି ହୋଇଛି।ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ବିଟ ବଣୀଆପଲ୍ଲୀ ଗାଁ ନିକଟ ଜଙ୍ଗଲ ରେ ବାଘ ଆତଙ୍କ ଦେଖା ଦେଇଛି।ସେହି ଗ୍ରାମର ଧନୁ ଗୌଡ଼ଙ୍କ ଗାଈ କୁଆଁରିରେ ଅନ୍ୟମାନଙ୍କ ଶତାଧିକ ଗାଈ ବାଛୁରୀକୁ ବାନ୍ଧି ଗୋପାଳକ ଘରକୁ ଯାଇଥିବା ବେଳେ ଜଙ୍ଗଲରୁ ଏକ ବାଘ ଆସି ଗୋଟିଏ ବାଛୁରୀକୁ ଟାଣି ନେଇଥିଵା ଖବର ମିଳିଛି।ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ପାଟିଶୁଣି ଅଧାରେ ଏକ ଛେଳିକୁ ଛାଡି ବାଘ ଦୌଡ଼ି ପଳାଇଥିବା ସୂଚନା ମିଳିଛି।ହେଲେ ବାଘ ନା ଶୁଣି ସ୍ଥାନୀୟ ଲୋକେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ରେଞ୍ଜର ସୁଜାତା ରାଣୀ ପଣ୍ଡା ଓ କର୍ମଚାରୀ ମୃତ ବାଛୁରୀକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ଅଞ୍ଚଳ ରୁ ଖବର ଆସୁଛି ସପ୍ତାହେ ହେଲା ଉକ୍ତ ଅଞ୍ଚଳରେ ବାଘ ଆତଙ୍କ ଲାଗି ରହିଛି।ଗୋଟିଏ କଲରାପତରିଆ ବାଘ ସାତ ଦିନ ମଧ୍ୟରେ ୬ଟି ଛେଳି, ମେଣ୍ଢା ଓ ବାଛୁରୀ କୁ ମାରି ଖାଇଥିବା ଲୋକେ କହୁଛନ୍ତି। ଆଜି ଲଟା ବୁଦା ମୂଳେ ଏକ ଅଧାଖିଆ ବାଛୁରୀ ର ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି । ବନ ବିଭାଗ ତଦନ୍ତରେ ପାଦ ଚିହ୍ନକୁ ଦେଖି ହେଟା ବାଘ/ ଗଧିଆ ହୋଇଥିବା ହୋଇଥିବା ସ୍ପଷ୍ଟ କରିଛନ୍ତି । ହେଲେ ଉକ୍ତ ଅଞ୍ଚଳରେ ବାଘର ଉପସ୍ଥିତି ସମ୍ପର୍କରେ କୌଣସି ସଠିକ ସୂଚନା ମିଳି ପାରିନାହିଁ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)