ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ।

0 196

ଦୋବଲ,୨୪/୦୯: ଭଦ୍ରକ ଜିଲ୍ଲା ଧାମନଗର ତହସିଲ ରାଧାବଲ୍ଲଭପୁର ରାଜସ୍ବ ନିରୀକ୍ଷକ ନଗେନ୍ଦ୍ର ଦାସ ଜମି ମ୍ୟୁଟେଶନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ପାଖରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ବର ଓ ଭଦ୍ରକ ଭିଜିଲାନ୍ସ ବିଭାଗ ଧରିଛନ୍ତି। ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ ନଗେନ୍ଦ୍ର ଦାସ ଭଗବାନପୁର ପଞ୍ଚାୟତର ପଳିକିରୀ ଗ୍ରାମର ଦୟାନିଧି ମାଝୀଙ୍କ ଠାରୁ ଜମି ମ୍ୟୁଟେସନ କରିବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ । ଏଥିରେ ନୟାନ୍ତ ହୋଇ ଶ୍ରୀ ମାଝୀ ଭଦ୍ରକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗରର ଡିଏସପି ଦୁଷ୍ମନ୍ତ କୁମାର ନାୟକ, ଇନ୍ସପେକ୍ଟର ବଙ୍କିମ୍ ବୱାଲିଙ୍କ ସମେତ ୧୦ ଜଣିଆ ଟିମ ରାଜସ୍ବ ନିରିକ୍ଷକଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଅଭିଯୋଗ କାରୀ ଶ୍ରୀ ମାଝୀ ଆଜି ରାଜସ୍ବ କାର୍ଯ୍ୟଳୟରେ ପହଞ୍ଚି ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସଙ୍କୁ ୪ ହଜାର ଟଙ୍କା ଦେଉଥିବା ସମୟରେ ହଠାତ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ତାପରେ କାର୍ଯ୍ୟାଳୟ ପରିସରରେ ୨ଘଣ୍ଟା ପାଖାପାଖି ତନାଘନା କରିଥିଲେ। ଏଥିରେ ବିଭିନ୍ନ କଗାଜ ପତ୍ର ସମେତ ନଗେନ ଦାସଙ୍କୁ ଗିରଫ କରି ଭିଜିଲାନ୍ସ ବିଭାଗ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଆସନ୍ତା କାଲି ବାଲେଶ୍ୱର ସ୍ଥିତ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ବୱାଲି କହିଥିଲେ। ସେ ୧ ବର୍ଷ ହେବ ଭଣ୍ଡାରୀପୋଖରୀ ତହସିଲରୁ ବଦଳି ହୋଇ ଧାମନଗରକୁ ଆସିଥିଲେ। ତେବେ ସେ ଅନେକ ଲୋକଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ଲୁଟିଥାନ୍ତି। କର୍ଯ୍ୟାଳୟରେ ଜଣେ ସ୍ଥାନୀୟ ଲୋକଙ୍କୁ ରଖି ଟଙ୍କା ଆଦାୟ କରିଥାନ୍ତି । ସେହି ଟଙ୍କାରେ ନିଜର ଏକ ଆଲିସାନ ବଙ୍ଗଳା କରିବା ସହ କାର୍ଯ୍ୟାଳୟ ପରିସରରେ ମଦ ମାଂସର ଆସର ଜମାଇଥାନ୍ତି।

Leave A Reply

Your email address will not be published.