କଳିଙ୍ଗା ଘାଟି ଭୁଶୁଡ଼ିଲା; ଗଞ୍ଜାମ କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ ।

0 500

ଭଞ୍ଜନଗର, ୧୬/୦୯(ପିପିଟି ):ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଭୁ ସ୍ଖଳନ ଯୋଗୁଁ ରାସ୍ତା ଭୁଶୁଡି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ଫଳରେ ଏହି ରାସ୍ତା ଦେଇ କନ୍ଧମାଳ ଜିଲ୍ଲା କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଆଜି ଦୁର୍ଗାପ୍ରସାଦ ନିକଟରେ ହାଠାତ୍ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଧସି ରାସ୍ତା ଅବରୋଧ ହୋଇଥିଲା।ଏହାର ପ୍ରଭାବରେ କୌଣସି ଦୁର୍ଘଟଣା ଘଟି ନଥିବା ବେଳେ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ଉକ୍ତ ଅଞ୍ଚଳ ରହିଛି।ଯାହା ଫଳରେ ରାସ୍ତାରେ ଚଳାଚଳ ବନ୍ଦ ଯୋଗୁଁ ଉଭୟ ପାର୍ଶ୍ଵରେ ଅନେକ ଗୁଡ଼ିଏ ଗାଡ଼ି ମଟର ଅଟକି ରହିଛି।କିଛି ଦିନ ପୂର୍ବେ ମଧ୍ୟ ଘାଟି ମଧ୍ୟ ଭାଗରେ ପାହାଡ଼ରୁ ମାଟି ଓ ପଥର ଖସି ଥିବା ଜଣାପଡ଼ିଛି।ବର୍ତ୍ତମାନ ଉକ୍ତ ଅଞ୍ଚଳରେ ରାସ୍ତା କାମ ଚାଲିଥିବା ବେଳେ ଏଭଳି ଘଟଣାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.