ପୋଲସରା ବ୍ଲକର ୨ ଜଣ ଛାତ୍ରଛାତ୍ରୀ ସୁରଭି – ୨୦୨୬ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପ୍ରତିଯୋଗିତାକୁ ମନୋନୀତ।

0 4

ପୋଲସରା ,୧୨/୧୧(ପିପିଟି): ଚଳିତ ନଭେମ୍ବର ମାସ ୧୦ ତାରିଖ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି – ୨୦୨୬’ ଓ ଛାୟା ସ°ସଦ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପିଏମଶ୍ରୀ ଅନସ୍କୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୨୨ଟି ବ୍ଲକର ବିଭିନ୍ନ ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରୁ ସହସ୍ରାଧିକ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ମୋଟ ୧୩ ଗୋଟି ବିଭିନ୍ନ ବିଭାଗର ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକରେ ନିଜ ନିଜର ମେଧାଜ୍ଞାନ ଶକ୍ତିର ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ପରେ କେବଳ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ଭାଗନେବାକୁ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ମନୋନୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପୋଲସରା ବ୍ଲକର ୨ ଜଣ ଛାତ୍ରଛାତ୍ରୀ ତାଲିକା ଭୂକ୍ତ ହୋଇଛନ୍ତି। ଜଣେ ହେଲେ ପୋଲସରା ପୌରପରିଷଦ ସ୍ଥିତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ୟ ବର୍ଷ ଛାତ୍ରୀ ପ୍ରୀତି ପ୍ରଜ୍ଞା ମିଶ୍ର ଓ ଅନ୍ୟ ଜଣ ହେଲେ ଏହି ପୋଲସରା ବ୍ଳକ୍ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ତୋଫାନ ସାହୁ। ଏହି ଦୁଇ ଜଣ ମେଧାଗୁଣ ସମ୍ପନ୍ନ ବାଳକ ଓ ବାଳିକା (ସିନିୟର) ବର୍ଗରୁ ସଫଳତା ପାଇ ରାଜଧାନୀ ଭୁବନେଶ୍ୱର ଠାରେ ହେଉଥିବା ତ୍ରୀଦିବସୀୟ ଉକ୍ତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଛନ୍ତି। ଏହି ଦୁଇଜଣ ପ୍ରତିଯୋଗି ବାଳିକା ଓ ବାଳକଙ୍କ ସଫଳତାରେ ପୋଲସରା ବିଇଓ ରୁଦ୍ର ନାରାୟଣ ସାହୁ ଦୁଇ ଜଣ ଏବିଇଓ ଭାଗିରଥୀ ପାତ୍ର ଓ ସ୍ୱରୂପ କୁମାର ପାତ୍ର ଏବଂ ଉଭୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକା ଏବଂ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାରାୟଣ ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସିଆରସିସି ଭାଗିରଥୀ ପଣ୍ଡା ପ୍ରମୁଖ ଆନନ୍ଦ ପ୍ରକାଶ କରିବା ସହିତ ରାଜ୍ୟସ୍ତରୀ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିବାକୁ ଶୁଭକାମନା ଜଣାଇଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.