ବାଇକ୍ ଲୁଟେରା ଗିରଫ; ସାଇକେଲ ଓ ବାଇକ୍ ଜବତ ।

0 321

ଭଞ୍ଜନଗର, ୦୫/୦୯(ପିପିଟି):ଗଞ୍ଜାମ ଜିଲା ତାରସିଂ ପୋଲିସ ଶୁକ୍ରବାର ଜଣେ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସେ ହେଲେ ନାରାୟଣପାଟଣା ଗ୍ରାମର ନାରାୟଣ ନାୟକ। ପୋଲିସ ତାଙ୍କ ଠାରୁ ୨ଟି ଚୋରା ବାଇକ, ୩ ଟି ସାଇକେଲ ଜବତ କରିଛି। ଏଥିସହ ଅଭିଯୁକ୍ତ ନାରାୟଣଙ୍କୁ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ତାରସିଂ ଥାନାରେ ୩୨୬/୨୫ରେ ଏକ ମାମଲା ରୁଜୁ ହୋଇଛି।

ଘଟଣାରୁ ପ୍ରକାଶ ଯେ, କାଦଲୁଣ୍ଡିର ରୁଦ୍ର ନାୟକ ଗତ ୩୧ ତାରିଖରେ ଲେମ୍ଭେଇ ପାଣି ଟାଙ୍କି ନିକଟରେ ନିଜ ବାଇକ ରଖି କିଛି ଦୂରରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ନାରାୟଣ ବାଇକଟିକୁ ଚୋରି କରି ନେଇଥିଲେ। ଏସଂକ୍ରାନ୍ତରେ ରୁଦ୍ର ତାର ସିଂ ଥାନାରେ ଅଭିଯୋଗ କରିଥିଲେ। ଏହିଭଳି ପରିସ୍ଥିତିରେ ପୋଲିସ ତିନି ଛକିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ନାରାୟଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସେ ବିଭିନ୍ନ ସ୍ଥାନରେ ଚୋରି କରିଥିବା ଜଣାପଡ଼ିଥିଲା। ପରେ ପୋଲିସ ଚୋରି ବାଇକ ଓ ସାଇକେଲ ଜବତ କରିଥିଲେ। ନାରାୟଣ ଅନ୍ୟ ଥାନା ଅଞ୍ଚଳରେ ମଧ୍ୟ ଏକାଧିକ ଚୋରିରେ ଜଡ଼ିତ ଥିବା ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.