ଅଭିଯୋଗ ପରେ ଚେତିଲେ କୃଷି ଅଧିକାରୀ; ବିଭିନ୍ନ ସାର ଦୋକାନରେ ଯାଞ୍ଚ ତ୍ୱରାନ୍ୱିତ।

0 286

ଭଞ୍ଜନଗର, ୦୪/୦୯(ପିପିଟି ):ଚାରିଆଡ଼େ ସାରର ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ହୋହଲ୍ଲା କରୁଛନ୍ତି।ଭଞ୍ଜନଗର ବ୍ଲକର ବିଭିନ୍ନ ସମବାୟ ସମିତିରେ ୟୁରିଆ ସାର ନାହିଁ। ଯାହାଫଳରେ ସମିତିରୁ ସରକାରୀ ଦରରେ ଚାଷୀ ସାର ନପାଇ ବଜାରରୁ ବାଧ୍ୟ ହୋଇ ଅଧିକ ଦରରେ ସାର କିଣୁଛନ୍ତି। ସେହିଭଳି ଡିଏପି, ପଟାସ, ଫସଫରସ, ଗ୍ରୋମର ସମେତ ବିଭିନ୍ନ ଅଣୁସାର ଭଳି ବିଭିନ୍ନ ସାର ସରକାରୀ ଦରଠୁ ଅଧିକ ଦରରେ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଡିଲରଙ୍କୁ ସାର ବିକ୍ରି ପାଇଁ ଅନୁମତି ରହିଛି। ମାତ୍ର ଡିଲରଙ୍କ ଠାରୁ ସାର ନେଇ ବିନା ଲାଇସେନ୍ସରେ ସ୍ଥାନୀୟ ବଜାରରେ ଅସାଧୁ ବେପାରୀମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ବ୍ୟମୋକେଶ ମିଶ୍ର, ବ୍ଲକ କୃଷି ଅଧିକାରୀ ସଂଗ୍ରାମ ସେନାପତି,ସହକାରୀ କୃଷି ଅଧିକାରୀ ସୁମିନ ସାହୁ, ସ୍କିମ ଅଫିସର ଇତିଶ୍ରୀ ପ୍ରଧାନ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ରରେ ତନଖି କରିଛନ୍ତି। ସାର କଳାବଜାରୀକୁ ରୋକିବା ପାଇଁ ବିଭିନ୍ନ ଡିଲର ପଏଣ୍ଟ ରେ ଯାଞ୍ଚ କରାଯାଇଥିଲା।ସେହିପରି କେତେକ ସାର ବ୍ୟବସାୟୀଙ୍କ ଗୋଦାମ ଏବଂ ପିଓଏସ୍ (ପଏଣ୍ଟ ଅଫ୍ ସେଲ୍) ମେସିନ୍ ଷ୍ଟକ୍ ମଧ୍ୟରେ ମେଳ ଖାଉନି । ଆଉ କେତେକ ବ୍ୟବସାୟୀ ଆଇଏଫ୍ଏସ୍ଏସ୍ (ଇଣ୍ଟିଗ୍ରେଟେଡ୍ ଫର୍ଟି ଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ୍) ଅନୁଯାୟୀ ଦୋକାନ ପ୍ରୋଫାଇଲ୍ ଅପଡେଟ୍ କରି ନାହାନ୍ତି।ଏହି ପରି କୃଷି ବିଭାଗ ସ୍କାନରରେ ରହିଛନ୍ତି ବହୁ ବ୍ୟବସାୟୀ। ଏଥି ସହ ସରକାରୀ ନିୟମ ଉଲଂଘନ କରୁଥିବା ବ୍ୟବସାୟୀଙ୍କ ତାଲିକା ବି ପ୍ରସ୍ତୁତ କରିଛି ବିଭାଗ। ଗଚ୍ଛିତ ସାରକୁ ଚଢ଼ା ଦରରେ ବିକ୍ରି ନକରିବାକୁ ସମସ୍ତଙ୍କୁ ତାଗିଦ୍ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଜିଲ୍ଲା ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.