ଶାରଦୀୟ ଦୁର୍ଗାପୂଜା ପାଇଁ ଭଞ୍ଜ ପରିଷଦ ଠାରେ ମାଟି ଅନୁକୂଳ ।

0 310

ଭଞ୍ଜନଗର, ୦୪/୦୯(ପିପିଟି):ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା।ତେଣୁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଆଜି ଭଞ୍ଜନଗର ସହରର ସର୍ବ ପୁରାତନ ଭଞ୍ଜ ସାହିତ୍ୟ ପରିଷଦ ଠାରେ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ୭୯ତମ ସାର୍ବଜନୀନ ଦୁର୍ଗା ପୂଜା କମିଟି ତରଫରୁ ମାଟି ଅନୁକୂଳ ହୋଇଛି।ଏଥିରେ କର୍ତ୍ତା ଭାବେ ଜ୍ଞାନେନ୍ଦ୍ର ମହାପାତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଚଳିତ ବର୍ଷ ଏହି ପୂଜାର ସୁପରିଚାଳନା ନିମନ୍ତେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ପୂଜା କମିଟି ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅମୂଲ୍ୟ କୁମାର ସାହୁ, ଲୋକନାଥ କର,ଶରତ ଚନ୍ଦ୍ର ମହାନ୍ତି, ସମ୍ପାଦକ ପି ହେମନ୍ତ ରାଓ,ସହ ସମ୍ପାଦକ ସରୋଜ ପଟ୍ଟନାୟକ, କୋଷାଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ,ରାଜେନ୍ଦ୍ର ବିଷୋୟୀ,ଉପେନ୍ଦ୍ର ଶତପଥୀ, ସୁଧୀର ରଞ୍ଜନ ବେହେରା,ଶିବପ୍ରସାଦ ନାୟକ, ସନ୍ତୋଷ ତିଆଡ଼ି, ପ୍ରମୋଦ ଦଳବେହେରା ଉପସ୍ଥିତ ଥିଲେ।ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ମୃଣ୍ମୟୀ ଦେବୀଙ୍କ ଅଧିବାସରୁ ପୂଜା କାର୍ଯ୍ୟ ଯଥା ରୀତିନୀତି ଅନୁସାରେ ଆରମ୍ଭ ହୋଇ ଆସନ୍ତା ମାସ ୫ତାରିଖରେ ପାରମ୍ପରିକ ବାଦ୍ୟ ଓ ଲୋକ ନୃତ୍ୟ ସହ ଦେବୀଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ହେବ।୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।ଏଥର ସମସ୍ତଙ୍କ ସହଯୋଗରେ ପୂଜାକୁ ଅଧିକ ଜାକଜମକରେ କରିବା ସହ ଯୁବଗୋଷ୍ଠୀଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରି ଦାୟିତ୍ୱ ବଣ୍ଟନ କରିବା ପାଇଁ ବିଧାୟକ ଶ୍ରୀ ନାୟକ କହିଥିଲେ।ଏଥିରେ ମୁରଲୀ ଧର ପଣ୍ଡା, ଟୁନା ଜେନା, ସୁଧୀର ବେହେରା,କାଳୀ ତ୍ରିପାଠୀ,ଲିଙ୍ଗରାଜ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.