ପେଣ୍ଡାଲ ଖୋଲିବା ହେଲା କାଳ;ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ।

0 431

ଭଞ୍ଜନଗର ୩୦/୦୮(ପିପିଟି):ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଘାଟିପଲ୍ଲୀ ଗ୍ରାମରେ ଶନିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ସିଲୁ ବେହେରା (25) ବୋଲି ଜଣାପଡିଛି।ସୂଚନାନୁସାରେ,ଘାଟି ପଲ୍ଲୀ ଗ୍ରାମର କିଛି ଉତ୍ସାହି ଯୁବକଙ୍କ ଉଦ୍ୟମ କ୍ରମେ ଗ୍ରାମରେ ଚଳିତବର୍ଷ ଗଣେଷ ପୂଜା ଧୁମଧାମ୍ ପାଳନ ହୋଇଥିଲା।
ଶୁକ୍ରବାର ଗ୍ରାମରେ ପୂଜା ପାଉଥିବା ଗଜାନନ ଙ୍କ ମୂର୍ତ୍ତୀ ବିସର୍ଜନ କରାଯାଇଥିଲା। ଶନିବାର ପୁଜା ପେଣ୍ଡାଲ ଖୋଲା ଯାଉଥିଲା। ଏହି ସମୟରେ ଅସାବଧାନତା ବଶତଃ ନିକଟରେ ଥିବା ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ ସିଲୁ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.