ଭଞ୍ଜନଗର, ୧୧/୦୮(ପିପିଟି):ଭଞ୍ଜନଗର ଥାନା ଇଲାକାରେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ବେଆଇନ ବନ୍ଧୁକ ପୋଲିସର ହସ୍ତଗତ ହେବାରେ ଲାଗିଛି।ଯାହା ଫଳରେ ଅନେକ ଅପରାଧିକ ଘଟଣା ରୋକିବାରେ ପୋଲିସ ସକ୍ଷମ ହୋଇପାରିଛି।ଗତକାଲି ରାତିରେ ପୁଣି ଏକ ପିସ୍ତଲ ଜବତ ହୋଇଛି। ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠି ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଶାଳୁଆ ପଲି ଛକ ନିକଟରେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଠିଆ ହୋଇଥିଲେ।ପୋଲିସର ଉକ୍ତ ବ୍ୟକ୍ତି ଉପରେ ସନ୍ଦେହ ହେବାରୁ ତାର ପରିଚୟ ସମ୍ବନ୍ଧରେ ପଚାରିବାରେ ସେହି ଗ୍ରାମର ଅଶୋକ କୁମାର ଭୂୟାଁ ବୋଲି କହିଥିଲେ।ତାପରେ ସେହି ବ୍ୟକ୍ତିଙ୍କ ତଲାସୀ ନେବା ସମୟରେ ତାଙ୍କ ଅଣ୍ଟାରୁ ଗୋଟିଏ ୯ ଏମ୍ ଏମ୍ ପିସ୍ତଲ,ମାଗାଜିନ ଏବଂ ଦୁଇଟି ଜୀବନ୍ତ ଗୁଳି ମିଳିଥିଲା।ସେ ଉକ୍ତ ମାରଣାସ୍ତ୍ର ରଖିବା ସମ୍ପର୍କିତ କୌଣସି କାଗଜପତ୍ର ପୋଲିସକୁ ଦେଖାଇବାରେ ଅସମର୍ଥ ହୋଇଥିଲେ।ତେଣୁ ବେଆଇନ ଭାବେ ରଖିଥିବା ଉକ୍ତ ପିସ୍ତଲକୁ ପୋଲିସ ଜବତ କରିଥିଲା।ଏହି ଘଟଣାରେ ୟୁ /ଏସ ୨୫(୧-ବି) (କ)/୨୫(୧-କ) ଅସ୍ତ୍ରଶସ୍ତ୍ର ଆଇନ ଆଧାରରେ ଭଞ୍ଜନଗର ଥାନା କେସ ନଂ ୯୨୬/୨୫ରେ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଅଶୋକ ଭୂୟାଁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ -(ଜେ.କେ ପଟ୍ଟନାୟକ)