ଜୁଆ ଅଡ୍ଡାରୁ ୬ଜଣଙ୍କୁ କାବୁ କଲା ବେଲଗୁଣ୍ଠା ପୋଲିସ ।

0 364

ଭଞ୍ଜନଗର,୦୯/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପକ୍ଷୁରୁ ଶୁକ୍ରବାର ରାତିରେ ବର ଗାଁ ଗ୍ରାମରେ ଏକ ଜୁଆ ଅଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ବରଗାଁ ହାଇସ୍କୁଲ ନିକଟରେ ଏକ ଜୁଆ ଅଡ୍ଡା ଚାଲିଥିବା ଖବର ପାଇ ସେଠାରେ ପହଞ୍ଚି ଅଙ୍ଗନାୱାଡି କେନ୍ଦ୍ରରେ ଜୁଆ ଖେଳ ଚାଲିଥିବା ଦେଖି ଥିଲେ।ତେଣୁ ପୋଲିସ କର୍ମଚାରୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଉକ୍ତ ଜୁଆ ଅଡ୍ଡା ଉପରେ ଅତର୍କିତ ଚଢାଉ କରିଥିଲେ। ପୋଲିସକୁ ଦେଖି କିଛି ବ୍ୟକ୍ତି ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ୬ଜଣ ଜୁଆଡ଼ିଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ପୋଲିସ। ସମସ୍ତ ଜୁଆଡ଼ି ବେଲ୍ଲାଗୁଣ୍ଠା ଥାନା ଅନ୍ତର୍ଗତ ବର ଗାଁ ଗ୍ରାମର ବୋଲି ଜଣାପଡ଼ିଛି।ସେହି ଅଡ୍ଡା ରୁ ମୋଟ ୧୩,୪୬୦ଟଙ୍କା ୫ମୋବାଇଲ୍ ଫୋନ୍ , ଗୋଟିଏ ବାଇକ ଜବତ କରାଯାଇଛି।ଏହି ଘଟଣାରେ ବେଲଗୁଣ୍ଠା ଥାନା କେସ ନଂ ୩୯୬/୨୫ରେ ଏକ ମାମଲା ରୁଜୁ କରି ସମସ୍ତ ଜୁଆଡ଼ିଙ୍କୁ ଆଜି ଜଗନ୍ନାଥ ପ୍ରସାଦ ସ୍ଥିତ ଜେଏମଏଫସିଙ୍କ କୋର୍ଟକୁ ଚାଲାଣ କରାଯାଇଛି ବୋଲି ବେଲଗୁଣ୍ଠା ଥାନା ଆଇଆଇସି ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.