ବ୍ରହ୍ମପୁର,୨୮/୦୭(ପିପିଟି):ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ନୂତନ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରି ୧୧୨ଟି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ ଓ ବ୍ରହ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ ।ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃସ୍ବାସ୍ଥ୍ୟ,ଶିକ୍ଷା, ଭତ୍ତା, ଜମି,ଶ୍ରମିକ କାର୍ଡ, ରାସନ୍ କାର୍ଡ ଇତ୍ୟାଦି । ସମୁଦାୟ ୧୧୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୯୫ଟି ଓ ଗ୍ରାମ ଭିତିକ ସମସ୍ୟା ୮ଟି ରହିଥିବାବେଳେ ୫ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା । ରେଡକ୍ରସ ତରଫରୁ ୪ଜଣଙ୍କୁ ୧୨୦୦୦ ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରିଥିବା ହେତୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାର ଉନ୍ନତି ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକ ଲୋଚନକୁ ପହଞ୍ଚାଇବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏଵଂ ସମସ୍ତେ ମିଳିମିଶି କାମ କରିବା ବୋଲି କହିଥିଲେ । ଏହି ଶୁଣାଣିରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ ।