ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

0 217

କୋଦଳା,୧୯/ ୦୭(ପିପିଟି): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡ଼ା ଶାଖା ପକ୍ଷରୁ ବେଗୁନିଆପଡ଼ା ଥାନା ପରିସରରେ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଆଡ଼ିସନାଲ ଏସପି ପ୍ରଶାନ୍ତ କୁମାର ଦାସ, ଥାନା ଅଧିକାରୀ ଭଗବାନ ପୂଜାରୀ,ବନ ବିଭାଗ ପକ୍ଷରୁ ନିରାକାର ବେହେରା,ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଗଛ ଲଗାଇ ଶୁଭାରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରିଥିଲେ । ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡ଼ା ଶାଖା ସମ୍ପାଦକ ଭାସ୍କର ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଥାନା ପକ୍ଷରୁ ଟୁନା ପିଡ଼ିକା, ଲଲାଟତେନ୍ଦୁ ଶ୍ରୀଚନ୍ଦନ,ସମ୍ବିତ ଦାସ, ଗିତିଶ୍ରୀ ଦାସ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ ସମେତ ଥାନାର ବିଭିନ୍ନ କର୍ମକର୍ତା ଏବଂ ଛାତ୍ରଛାତ୍ରୀ,ମହିଳା ସଂଘର ସଦସ୍ୟା ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିସହିତ ଆଗାମୀ ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ମିଳିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.