ଭୁବନେଶ୍ବର,୨୫/୦୬(ପିପିଟି) : ୩ଟି ପ୍ରାଇଭେଟ ବ୍ୟାଙ୍କର ପ୍ରଦର୍ଶନ ନିରୁତ୍ସାଜନକ କହିଥିବା ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକି ଢାକି ପୁଣି ନିଷ୍ପଭି ବଦଳାଇବା କାହା ସ୍ୱାର୍ଥରେ ବୋଲି ବିଜେଡି ପ୍ରଶ୍ନ କରିଛି।
ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଥିଲେ ଯେ, ଗତ ଜୁନ ୨୧ ତାରିଖ ଦିନ ଅର୍ଥ ବିଭାଗର ବିଜ୍ଞପ୍ତି ନଂ.୧୮୫୬୦ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ ଯୋଜନାରେ ନିରୁତ୍ସାଜନକ ପ୍ରଦର୍ଶନ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇ ଆଇସିଆଇସିଆଇ ବ୍ୟାଙ୍କ ଓ ଏକ୍ସିସ୍ ବ୍ୟାଙ୍କକୁ ରାଜ୍ୟ ସରକାରଙ୍କ ଦ୍ବାରା ଅନୁବନ୍ଧିତ ତାଲିକାରୁ ବାଦ ଦିଆଯାଇଥିଲା।
ସରକାରୀ ଜମା ଓ ବ୍ୟାଙ୍କିଙ୍ଗ କାରବାର ତୁରନ୍ତ ବନ୍ଦ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥୁଲା। କିନ୍ତୁ ଜୁନ୍ ୨୪ ତାରିଖରେ ) ବିଜ୍ଞପ୍ତି ନଂ-୧୮୭୮୩ ଅନୁଯାୟୀ ସେହି ନିଷ୍ପରିକୁ ବାତିଲ କରାଯାଇ ୩ ପ୍ରାଇଭେଟ ବ୍ୟାଙ୍କକୁ ସରକାରୀ ଜମା ଓ ବ୍ୟାଙ୍କିଙ୍ଗ କାରବାର ପାଇଁ ପୁନଃଅନୁବନ୍ଧିତ କରାଯାଇଛି। ଉପରୋକ୍ତ ଖବର ପାଇ ଡ.ମହାନ୍ତି ପ୍ରଶ୍ନ କରିଥିଲେ ଯେ, ୭୨ ଘଣ୍ଟା ମଧ୍ୟରେ ଏଭଳି ୟୁଟର୍ଣ୍ଣ ନିଷ୍ପତ୍ତି କାହା ସାର୍ଥରେ ? ?
ଅର୍ଥ କାରବାର ସମ୍ବଦ୍ଧିତ ସରକାରୀ ନିଷ୍ପତ୍ତି ଏଭଳି ଖାମଖିଆଲି ଭାବେ ନିଆଯାଇପାରେନା। ଲୋକଙ୍କ ସରକାର ବୋଲି ପ୍ରଚାର କରୁଥିବା ରାଜ୍ୟ ବିଜେପି ସରକାର ଏ ବାବଦରେ ଲୋକଙ୍କ ପାଖରେ ସ୍ପଷ୍ଟିକରଣର ରଖୁବା ନିହାତି ଆବଶ୍ୟକ। ନଚେତ ଲୋକଙ୍କ ସରକାର ନୁହେଁ ଏହା ନିଜ ସ୍ବାର୍ଥର ସରକାର ବୋଲି ଲୋକେ କହିବେ ବୋଲି ବିଜେଡି ମୁଖପାତ୍ର ଡଃ ଲେନିଁନ୍ ମହାନ୍ତି କହିଛନ୍ତି ।
ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ