ପିପୁଲସ କଲେଜରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ।

0 159

ବୁଗୁଡା,୨୧/୦୬ (ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜ ପକ୍ଷରୁ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫, ଜୁନ ୨୧ ତାରିଖ ଦିନ ପାଳିତ ହୋଇଯାଇଅଛି। ଆନ୍ତର୍ଜାତୀୟ ଯୋଗ ଦିବସରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବୁଗୁଡା ତହସିଲଦାର ତାପସ ରାଉତ ମୁଖ୍ୟ ଅତିଥି ଭାବେ ଓ ପୂର୍ବତନ ଇନଚାର୍ଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କଲେଜର କ୍ରୀଡା ଆସୋସିଏସନ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଧନକର୍ମୀ ଭାବରେ କ୍ରୀଡା ଶିକ୍ଷକ କୃଷ୍ଣାରାଓ ପାତ୍ର ଓ ଏମ. ଶ୍ରୀନିବାସ ଦୋରା ଯୋଗ ଦେଇ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଯୋଗ ଦିବସ ଅବସରରେ ଅତିଥି ବୃନ୍ଦ ଯୋଗ ଅଭ୍ୟାସ ଦ୍ୱାରା ସୁସ୍ଥ ଜୀବନ ଯାପନ କରିପାରିବା ବୋଲି ପରାମର୍ଶ ଦେଇଥିଲେ। କଲେଜର ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ଅଞ୍ଚଳ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଉତ୍ତମ ଯୋଗ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ କ୍ରୀଡା ଶିକ୍ଷକ ଶ୍ରୀ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.