ପୋଲସରା ,୦୭/୦୬(ପିପିଟି) :ମା’ ସିଂହାସନୀ ପୀଠରେ ଆସନ୍ତା ୧୪ ତାରିଖରୁ ତିନିଦିନବ୍ୟାପୀ ରଜପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟଜଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା ଦୁର୍ଘଟଣାରେ ଆହତଙ୍କୁ ସହଯୋଗ କରିବା, ଡାକ୍ତରଖାନାରେ ପହଞ୍ଚାଇବା ସମେତ ଶାନ୍ତିଶୃଙ୍ଖଳା ରକ୍ଷା, ସ୍ୱଚ୍ଛତା ରକ୍ଷା, ଏଵଂ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗରେ ପରିଚାଳନା ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି। ଚିରିକିପଡ଼ାଶାସନ ସରପଞ୍ଚ ଭଗବାନ ସାହୁ, ଗୋଛାବାଡି ସରପଞ୍ଚ କାଜଲ କୁମାରୀ ଗୌଡ଼, ଭାବରଡା ସରପଞ୍ଚ ପ୍ରଦ୍ୟୁମ୍ନ ବିଷୋୟୀ ଓ ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁଙ୍କ ସମେତ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ବଣ୍ଟନ ଦିଆଯାଇଛି। ଯାତ୍ରାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଉନ୍ନୟନ ପରିଷଦର ସଭାପତି ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପରାମର୍ଶ ଦେଇଛନ୍ତି। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର, ତହସିଲଦାର ଦିପ୍ତିମୟୀ ପାତ୍ର, ପାନୀୟ ଜଳଯୋଗାଣ ବିଭାଗର ସରକାରୀ ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡା, ଅଗ୍ନି ନିରାପତ୍ତାବାହିନୀ ଅଧିକାରୀ ପ୍ରଦୀପ ନନ୍ଦ, ପାଣ୍ଡିରିପଡା ମେଡ଼ିକାଲ ଡ଼ାକ୍ତର ବିଜୟ କୁମାର ଭୂୟାଁ ଓ ଡ଼ାକ୍ତର ସୁନୀଲ ଦଳାଇ, ପୋଲସରା ଥାନା ଏଏସଆଇ ବିମଳ କହଁର, ବିଧାୟକ ପ୍ରତିନିଧି ରାଜେନ୍ଦ୍ର ମହାପାତ୍ର, ଏନଏସି ବିଧାୟକ ପ୍ରତିନିଧି ମନୋଜ କୁମାର ଖଟୁଆ, ରବି ନାୟକ, ପିତବାସ ପ୍ରଧାନ ଓ ସତ୍ୟନାରାୟଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରି ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା