ବିଶ୍ୱ ପରିବେଶ ଦିବସ ଅବସରରେରେ ବାର୍ତ୍ତା ।

0 3

ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ପ୍ରତିବର୍ଷ ଜୁନ ମାସ 5ତାରିଖ କୁ ଅନ୍ତର୍ଜାତୀୟ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି ଯାହାକି ୧୯୭୩ ମସିହା ଠାରୁପାଳନ କରାଯାଇଆସୁଛି। ଏହିଦିନ ପରିବେଶକୁ ସଫାସୁତୁରା ରଖିବା ନିମନ୍ତେ ସର୍ବସାଧାରଣଙ୍କୁ ସଚେତନତା କରାଇବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ସର୍ବ ସାଧାରଣଙ୍କ ପାଖରେ ପହଞ୍ଚାଇବା ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ଜୀବଜଗତ ପ୍ରକୃତି ଓ ପରିବେଶ ର ଆଶ୍ରିତରେ ହିଁ ତିଷ୍ଠି ରହିଛନ୍ତି। ଆମର ପୂର୍ବ ପିଢ଼ି ମାନେ ଶତାୟୁ ବର୍ଷ ଧରାପୃଷ୍ଟ ରେ ବଞ୍ଚି ରହୁଥିଲେ ଆଜିର ମନୁଷ୍ୟ କମ ବୟସରୁ ହିଁ ମଧୁମେହ, ଉଚ୍ଚରକ୍ତଚାପ,କର୍କଟ ଭଳି ବହୁ ମାରାତ୍ମକ ରୋଗର ଶିକାର ହେଉଛନ୍ତି,ଏହାର ମୁଳ କାରଣ ହେଲା ପ୍ରକୃତି ଓ ପରିବେଶକୁ ଆମେ ଅଣଦେଖା କରିଵା ସହ ଦୈନଦିନ ଜୀବନରେ ଖାଦ୍ୟ ଓ ପାନୀୟ ଜଳର ଦୂଷିତ ତଥା ବିଷାକ୍ତ ହେତୁ ବିଭିର୍ଣ୍ଣ ରୋଗରେ ଶିକାର ହେଉଛନ୍ତି।ଏସବୁର ମୂଳରେ ଆମର ଦାଇତ୍ୱହୀନତା ହିଁ ମୂଳ କାରଣ। ଦୈନଦିନ ଆମେ ବହୁ ପୁରୁଣା ଗଛ କାଟିବା ହେତୁ ସୁଦ୍ଧ ଅମ୍ଳଜାନର ମାତ୍ରା କମିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା, ପ୍ଲାଷ୍ଟିକ ବୋତଲରେ ପାଣିପିଇବା ହେତୁ ଏପରିକି ମନୁଷ୍ୟ ଶରୀରରେ ପ୍ଲାଷ୍ଟିକ ଅଣୁ ପ୍ରତୀୟ ମାନ ହେବାର ଦେଖାଦେଇଛି ଏହା ସାଙ୍ଗକୁ ଖାଦ୍ୟ ଶସ୍ୟ ରେ ଜୈବିକ ସାର କୁ ବ୍ୟବହାର ନକରାଯାଇ ପ୍ରଚୁର ପରିମାଣରେ ରାସାୟନିକ ସାର ର ପ୍ରୟୋଗ ହେତୁ, ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଦିନକୁଦିନ ଆୟୁଷ କମିବାରେ ଲାଗିଛି।
ଅନ୍ତର୍ଜାତୀୟ ବିଶ୍ୱପରିବେଶ ଦିବସରେ ଚଳିତ ବର୍ଷ ୨୦୨୫ ର ବାର୍ତ୍ତା ଏହିକି *”ପ୍ଲାଷ୍ଟିକ ପ୍ରଦ୍ୟୁଷଣକୁ ହରାଇବା”(Beat Plastic Pollution)* ଅର୍ଥାତ ଆମର ଦୈନଦିନ ଜୀବନ ରେ ପ୍ଲାଷ୍ଟିକ ଓ ପଲ୍ଲୀଥିନ ବ୍ୟବହାର ଠାରୁ ଦୁରେଇ ରହିବା, ଯଦ୍ୱାରା ଆମ ଶରୀରରେ ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହେବାସହ ବହୁ ଜଟିଳ ରୋଗରୁ ରକ୍ଷା ପାଇବା ସହ ଆମେ ଦୀର୍ଘ ଦିନ ବଞ୍ଚି ରହିବାରେ ସହାୟକ ହେବାସହ ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ ରେ ସହାୟକ ହୋପାରିବ। ଆଜିର ଏହି ବିଶ୍ୱପରିବେଶ ଦିବସରେ ଆମେ ହାତକୁ ହାତ ମିଶାଇ ପରିବେଶକୁ ସୁରକ୍ଷା ଦେବାରେ ଆଗେଇ ଆସିବା ର ଆବଶ୍ୟକତା ରହିଛି।

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ଜିଲ୍ଲା -ନବରଙ୍ଗପୁର,
ଫୋନ -୭୮୯୪୧୧୨୪୮୭

Leave A Reply

Your email address will not be published.