ସିଦ୍ଧେଶ୍ଵର ପଞ୍ଚାୟତରେ ଅମୃତ ସରୋବରାହ ଓ ଗ୍ରାମୀଣ ପାର୍କ ନିର୍ମାଣରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ ।
ବ୍ରହ୍ମପୁର,୩୦/୦୫(ପିପିଟି): ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ଵର ପଞ୍ଚାୟତରେ ଉନ୍ନୟନ କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ସିଦ୍ଧେଶ୍ଵର ପଞ୍ଚାୟତର ସିଦ୍ଧେଶ୍ଵର ଠାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୃତ ସରୋବରାହ ନିର୍ମାଣ କାର୍ଯ୍ଯରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଏବଂ ଆଦିକନ୍ଦପୁରୁ ଗ୍ରାମରେ ନିର୍ମାଣ ହୋଇଥିବା ଗ୍ରାମୀଣ ପାର୍କ କାର୍ଯ୍ଯରେ ହୋଇଥିବା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଉଠିବା ପରେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସୂଚନା ତଥ୍ଯରେ ଦିଗପହଣ୍ଡି ବ୍ଳକ କୁ ଆରଟିଆଇ ରେ ତଥ୍ଯ ମାଗିଥିଲେ ମଧ୍ଯ ତଥ୍ଯ ପ୍ରଦାନ ନକରାଯିବାରୁ ଓଡ଼ିଶା ସୂଚନା ଆୟୋଗଙ୍କ ଠାରେ ଅପିଲ୍ କରିଛନ୍ତି। ଶ୍ରୀ ମହାନ୍ତି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ଏସପି,ବ୍ରହ୍ମପୁର, ମୁଖ୍ୟମନ୍ତ୍ରୀ,ଓଡିଶା, ପଞ୍ଚାୟତ ରାଜ ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ପଞ୍ଚାୟତିରାଜ ସଚିବ,ଭିଜିଲାନ୍ସ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ଏଷ୍ଟିମେଟ ଅନୁଯାଇ କାର୍ଯ୍ଯ ହୋଇଛିକି ନାହିଁ ତଦନ୍ତ ବେଳେ ଏମବି ଓ ବିଲ୍ ଫର୍ମ ଗୁଡିକର ଯାଞ୍ଚ କରିବା ଆବଶ୍ୟକ। ଭିଜିଲାନ୍ସ ତଦନ୍ତରେ ଅବହେଳା କଲେ ଆବଶ୍ୟକ ପଡିଲେ ଉଚ୍ଚ ନ୍ୟାୟାଳୟ କିମ୍ବା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।