ବିଶ୍ବ କଇଁଛ ଦିବସ ଉପଲକ୍ଷ ପ୍ରଶିକ୍ଷଣ ଶିବିର ।

0 264

ମାଲକାନଗିରି,୨୩/୦୫(ପିପିଟି) :ମାଲକାନଗିରି ସ୍ଥିତ ସତୀଗୁଡା ଇକୋ-ପାର୍କ ଠାରେ ବିଶ୍ଵ କଇଁଛ ଦିବସ ଉପଲକ୍ଷେ ମାଲକାନଗିରି ବନ ବିଭାଗ ଓ ଇକୋ- ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନ ସମୟରେ ମଧୁର ଜଳ କଇଁଛ ମାନଙ୍କର ଚାଲାଣ ଓ ବିକ୍ରୟ ଉପରେ ଅଙ୍କୁଶ ଲଗାଇବା ପାଇଁ ମାଲକାନଗିରି ଜିଲ୍ଲା ବନ ବିଭାଗ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କର୍ମଶାଳାଟି ଓଡ଼ିଶାର ବନ୍ୟପ୍ରାଣୀ ତଥା ସରୀସୃପ ବିଶେଷଜ୍ଞ ଟିମ୍ ତତ୍ତ୍ଵାବଧାନରେ କରାଯାଇଅଛି। ଉକ୍ତ କର୍ମଶାଳାଟିକୁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟପଲ୍ଲୀ ଓ ସହକାରୀ ବନ ସଂରକ୍ଷକ ମନସୁନ ଖେମୁଣ୍ଡୁଙ୍କ ଉପସ୍ଥିତିରେ ସଞ୍ଚାଳନା କରାଯାଇଥିଲା।ଉକ୍ତ କର୍ମଶାଳା ରେ ଫକୀର ମୋହନ ବିଶ୍ଵିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼ାଃ ନୀଳାଦ୍ରି ଭୂଷଣ କର, Earth Crusaders Organisation (ECO)ର କାର୍ଯ୍ୟକାରୀ ଅଧିକାରୀ ଆକାଶ ପ୍ରଧାନ, ସଂସ୍ଥାର ପ୍ରତିଷ୍ଠାତା ଅରବିନ୍ଦ ସାମଲ, କରନ ଜ୍ୟୋତି ନାୟକ ମଧୁର ଜଳ କଇଁଛର ଚିହ୍ନଟ, ସଂରକ୍ଷଣ, ଉଦ୍ଧାର ସମ୍ବନ୍ଧୀୟ ବିଷୟବସ୍ତୁକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ଚକ୍ରକୁ କଳିଙ୍ଗ ଜେନା ଓ ଶୁଭଜିତ୍ ନାୟକ ସଂଯୋଜନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବନକର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.