ଓଟିଇଟି ପ୍ରତ୍ୟାହାର ପାଇଁ ପ୍ରାଥମିକ ଶିକ୍ଷକ ସଂଘର ଦାବି ।

0 255

ଭଞ୍ଜନଗର, ୨୩/୦୫(ପିପିଟି):ଭଞ୍ଜନଗର ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ବ୍ୟବସ୍ଥା ପ୍ରତ୍ୟାହାର କରିବା ପାଇଁ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ତରଫରୁ ଚିଠି ନଂ ୧୨୬୩୭ରେ ପଦୋନ୍ନତି ସକାଶେ ସମସ୍ତ ଶିକ୍ଷକଙ୍କ ନିମନ୍ତେ ଓଟିଇଟି ବାଧ୍ୟତାମୂଳକ ଅଟେ ।ଦୀର୍ଘ ବର୍ଷ ଚାକିରି କାଳ ପରେ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ସରକାର ଙ୍କ ଏକ ହୀନ ଚକ୍ରାନ୍ତ ବୋଲି ବିବେଚିତ ହୋଇଚି। ଶିକ୍ଷକଙ୍କ ବୟସ ଓ ମାନସିକ ଅବସ୍ଥା ପ୍ରତି ଆଦୌ ସଚେତନ ନ ହୋଇ ସମସ୍ତ ଶିକ୍ଷକଙ୍କୁ ଓଟିଇଟି ପଦୋନ୍ନତି ପାଇଁ ବାଧ୍ୟ କରିବା ଏକ ନିନ୍ଦନୀୟ ବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଓଡ଼ିଶା ରାଜ୍ୟରେ ଗୋଟିଏ ସରକାର ଗୋଟିଏ ବିଭାଗ ମଧ୍ୟରେ ଥିବା ଏଲିମେଣ୍ଟାରି ଓ ସେକେଣ୍ଡାରୀ ମଧ୍ୟରେ ଏତେ ପାତର ଅନ୍ତର ନିତି ଅଗଣତାନ୍ତ୍ରିକ। ସରକାର ମୂଳ ସମସ୍ୟା ଯଥା ପ୍ରାଥମିକ ଶିକ୍ଷା ରେ ଠିକା ଉଛେଦ, ୬ ରୁ ୮ ବର୍ଷକୁ ମୂଳ ଚାକିରିରେ ଗଣନା କରି ନେସନାଲ ଇନକ୍ରେମେଣ୍ଟ ପ୍ରଦାନ ଏବଂ ୨୨ଟି ରାଜ୍ୟ ଭଳି ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବାର ସମସ୍ୟାର ସମାଧାନ ନିମନ୍ତେ ଆଦୌ ଗୁରୁତ୍ୱ ନ ଦେଈ ଦୀର୍ଘ ବର୍ଷ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟ କରିବା ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଅଧିକ ସ୍ପଷ୍ଟ ଭାବେ ବାରି ହୋଇପାରୁଛି ।ଏଣୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଭଞ୍ଜନଗରର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଙ୍କ ଜରିଆରେ ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି।ମିଳିତ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ତ୍ରୀନାଥ ପଟ୍ଟନାୟକ, ସରୋଜ ଶତପଥୀ, ସୁଧୀର ବେହେରା, ଗୋକୁଳ ମଲ୍ଲିକ, ଜଗଦୀଶ ନାୟକ, ମନୋଜ କୁମାର ବେହେରା, ଶିଶିର କାନ୍ତ ପତି, ସୁଜିତ କୁମାର ସ୍ବାଇଁ, ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଦେବୀ ପ୍ରସାଦ ଦାଶ, ବିଭୂ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.