ବେଆଇନ ଚାଲାଣ ବେଳେ ୧୧ମଇଁଷି ଉଦ୍ଧାର କଲା ପୋଲିସ ।

0 275

ଭଞ୍ଜନଗର, ୨୨/୦୫(ପିପିଟି):ଭଞ୍ଜନଗର ଥାନା ଏସ୍ ଆଇ ସମୀର କୁମାର ସେଠୀ ଆଜି ସକାଳ ପ୍ରାୟ ୮.୩୦ମିନିଟ ସମୟରେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଦଦରାଲୁଣ୍ଡା ଅଞ୍ଚଳରେ ଦିନ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଲେ ଯେ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଯାନରେ ମୁଜାଗଡ଼ରୁ ଦୁର୍ଗା ପ୍ରସାଦ ଅଞ୍ଚଳକୁ ବେଆଇନ ପଶୁ ପରିବହନ କରାଯାଉଛି। ତୁରନ୍ତ ପୋଲିସ ଟିମ୍ ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ପହଞ୍ଚି OD 08 Y 7335 ନମ୍ବର ବିଶିଷ୍ଟ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନ ଅଟକ ରଖି ଦେଖିଲେ ଯେ ସେହି ଗାଡ଼ି ଭିତରେ ୧୧ଟି ମଇଁଷି ଏକ ରଶିରେ ବନ୍ଧା ହୋଇଛନ୍ତି। ହେଲେ ଏସମ୍ପର୍କରେ ପଚରାଯିବାରୁ ସେମାନେ ମଇଁଷି ପରିବହନ ପାଇଁ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ।ବେଆଇନ ପଶୁ ଚାଲାଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲି ଗୁଡ଼ାର ଆଶିଷ କନ୍ଧ ପାଣି, ଆକାଶ ନାୟକ, ଆଲବର୍ଟ ନାୟକ ଓ ଭଞ୍ଜନଗର ଥାନା ଖଣ୍ଡି କୋଟି ଗ୍ରାମର ନାରାୟଣ ଗୌଡ।ଭଞ୍ଜନଗର ଥାନା କେସ ନଂ ୫୮୨/୨୫ରେ ଏକ ମାମଲା ରୁଜୁ କରିବା ସହ ବନ୍ଧକ ୧୧ଟି ମଇଁଷିକୁ ଉଦ୍ଧାର କରାଯାଇଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.