ବଜ୍ରପାତରେ ଜଣେ ମୃତ ।

0 247

ବେଲଗୁଣ୍ଠା ,୧୬/୦୫(ପିପିଟି):କାଳବୈଶାଖୀ ଝଡ଼ ସମୟରେ ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡିଛି ।ମୃତ ଯୁବତୀ ଜଣକ ହେଲେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରୀ ବ୍ରହ୍ମପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ଗୌଡଙ୍କ ଅବିବାହିତ ଝିଅ ରୀତା ଗୌଡ(୩୧) ।ସେ ଗ୍ରାମ ନିକଟସ୍ଥ ଆମ୍ବ କାଜୁ ତୋଟାକୁ ଯାଇଥିଲା । ବର୍ଷା ଘଡଘଡି ଆସିବାରୁ ଏକ କାଜୁ ଗଛ ତଳେ ଆଶ୍ରୟ ନେଇଥିବା ସମୟରେ ୨.୨୦ ମି ସମୟରେ ବଜ୍ରାଘାତରେ ସେ ଟଳି ପଡ଼ିଥିଲା । ଆମ୍ବ ଗୋଟାଇବା ପାଇଁ ସେ ତୋଟା କୁ ଆସିଥିବା କିଛି ସ୍ଥାନୀୟ ଲୋକ ରିତାକୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।ଖବର ପାଇ,ବେଲଗୁଣ୍ଠା ପୋଲିସ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ତାର ପରିବାରକୁ ହସ୍ତାନ୍ତର କରିଥିବା ନେଇ ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।ଗ୍ରାମ ରେ ଏକ ଶୋକାକୁଳ ପରିବେଶରେ ରୀତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାପଡିଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.