ବୈପାରୀ ଗୁଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

0 325

ମାଲକାନଗିରି,୧୬/୦୫(ପିପିଟି) :ନୟାଗଡ଼ରୁ ଗ୍ରୀଷ୍ମ ଛୁଟି ବିତାଇବା ପାଇଁ ବଡ ଭାଇ ଘରକୁ ମାଲକାନଗିରି କାର ଯୋଗେ ଆସୁଥିବା ବେଳେ ବୈପାରୀ ଗୁଡା ନିକଟରେ ଡ୍ରାଇଭରର ଆଖି ଲାଗି ଯିବାର ଗଛ ଦେହରେ ଗାଡିଟି କ୍ଷୀପ୍ର ଗତିରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କରର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ୩ ଜଣଙ୍କ ମୃତ୍ୟୁ ଦେହ ବୈପାରିଗୁଡା ହସ୍ପିଟାଲରେ ରହିଥିବା ବେଳେ ଗୁରୁତରମାନଙ୍କୁ କୋରାପୁଟ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଛି। ଆହତଙ୍କ ମଧ୍ୟରୁ ଜଣଙ୍କ ର ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ନୟାଗଡ଼ରୁ ଏକ କାର ଯୋଗେ ସୁଜିତ କୁମାର ସିଂହ ସାମନ୍ତ (୪୫), ପଦ୍ମନୀ ସିଂହ ସାମନ୍ତ (୪୨),ପ୍ରିୟାଂଶୁ(୧୦),ଆମ୍ବିକା ବାନା ଦାସ(୬୫), ଶଶି ବେହେରା(୬୫)ଏକ କାର ଯୋଗେ ଗ୍ରୀଷ୍ମ ଛୁଟି କଟାଇବା ପାଇଁ ବଡ ଭାଇ ପ୍ରଦୀପ୍ତ କୁମାର ସିଂହ ସାମନ୍ତ ଘରକୁ ଆସୁଥିଲେ। ଏହି ଗାଡିକୁ ଡ୍ରାଇଭର ବିଭୂତି ଭୂଷଣ ବେହେରା ଚଳାଉଥିବା ବେଳେ ବୈପାରିଗୁଡା ନିକଟରେ ଗାଡିଟି ଏକ ଗଛ ଦେହରେ ଧକ୍କା
ହୋଇ ଥିଲା। ଏହି ଦୁର୍ଘଟଣା ଭୋର ୪ଟା ସମୟରେ ହୋଇଥିବା ବେଳେ ଡ୍ରାଇଭରର ଆଖି ଲାଗି ଯିବା ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୩ ଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟୁ୍ ବରଣ କରିଥିଲେ। ସେମାନେ ହେଲେ ଡ଼୍ରାଇଭର ବିଭୂତି ଭୂଷଣ ବେହେରା, ଅମ୍ବିକା ବାଳା ଦାସ ଓ ଶଶି ବେହେରା। ଏହି ୩ ଜଣଙ୍କ ମୃତ୍ୟୁ ଦେହ ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଛି।
ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅନ୍ଯ ପକ୍ଷରେ ୩ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ଲାଗି କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୁଜିତ ଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ପ୍ରିୟାଂଶୁଙ୍କ ଗୋଡ ଭାଙ୍ଗି ଯାଇଛି। ସେହି ପରି ପଦ୍ମିନୀ ବର୍ତ୍ତମାନ ସୁଦ୍ଧା ଗୁରୁତର ଆହତ ହୋଇ ଚେତା ଶୂନ୍ୟ ଥିବା ସୂଚନା ମିଳିଛି। ଏହି ଦୁଃଖଦ ଖବର ପାଇ ବଡ ଭାଇ ପ୍ରଦୀପ୍ତ ଏବଂ ତାଙ୍କ ଜ୍ବାଇଁ ରାଜେନ୍ଦ୍ର ଜେନାସାମନ୍ତ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.