ପୋଲସରାରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ।।

0 350

ପୋଲସରା,୧୫/୦୫(ପିପିଟି) :  ଅପରେସନ ସିନ୍ଦୂର ସଫଳତା ସକାଶେ ଭାରତର ବୀର ସୈନିକଙ୍କ ଆତଙ୍କବାଦିଙ୍କ ବିରୁଦ୍ଧରେ ନିଆଯାଇଥିବା ସାହସିକ ଆକ୍ରମଣ ପଦକ୍ଷେପକୁ ସମର୍ଥନ ଏଵଂ ଉତ୍ସାହିତ ନିମନ୍ତେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ଏନ୍ ଏ ସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଏଵଂ ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ନେତୃତ୍ୱରେ ଏକ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଦେଶାତ୍ମକବୋଧ ସଂଗୀତ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରା ବାହାରି ସହର ମୁଖ୍ୟ ସଡ଼କ ଦେଇ ସହରର ଦୀର୍ଘ ଚାରି କି.ମି. ପଯ୍ୟନ୍ତ ରାଣୀପୋଡ଼ା ରାମ ମନ୍ଦିର ପଯ୍ୟନ୍ତ ଏବଂ ସେଠାରୁ ବେଲଗାଁ ଛକ ପ୍ରଯ୍ୟନ୍ତ ଯାଇ ସେଠାରୁ ଫେରି କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏଥିରେ ଏନ୍ ଏ ସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଷ୍ଟାଫ୍, କର୍ମଚାରୀ, କାଉନସିଲର ବୃନ୍ଦ, ପରିମଳ କର୍ମଚାରିଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.