ମହାନ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୬ ତମ ଜୟନ୍ତୀ ଉତ୍ସବ ।

0 92

ବେଲଗୁଣ୍ଠା,୦୨/୧୦(ପିପିଟି): ନିକଟସ୍ଥ ତନରଡା ଠାରେ ଥିବା ଶ୍ରୀବତ୍ସ ଗୋରକ୍ଷାଶ୍ରମ ଠାରେ ମହାନ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଙ୍କ ୧୫୬ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।୧୪ ,୧୫ ଦଶଦ୍ଧି ରେ ଶିକ୍ଷା ଓ ସମାଜ ସଂସ୍କାର ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସ୍ବର୍ଗତ ଶ୍ରୀବତ୍ସ ପଣ୍ଡାଙ୍କ ଅତୁଳନୀୟ ଅବଦାନ ରହି ଥିଲା।ଜଣେ ଜଣାଶୁଣା ଧନୀ ପରିବାର ରେ ଜନ୍ମ ହୋଇଥିଲେ ମଧ୍ୟ ସରଳ ନିଷ୍କପଟ, ଧାର୍ମିକ ଚିନ୍ତା ଧାରାରେ ଜୀବନ ଯାପନ କରୁଥିବା ମହାନ ବ୍ୟକ୍ତିତ୍ୱ ସ୍ବର୍ଗତ ଶ୍ରୀବତ୍ସ ପଣ୍ଡା ବେଦ ବେଦାନ୍ତ କୁ ନେଇ ଅନେକ ସଂସ୍କାର ମୂଳକ କାର୍ଯ୍ୟ କରୁଥିଲେ।ଜଣେ ଗୋ ରକ୍ଷକ, ଗୋ ପ୍ରେମୀ ଭାବେ ବେଶ ଜଣାଶୁଣା ମହାନ ବ୍ୟକ୍ତି ଙ୍କ ସ୍ମୃତି ରେ ଗଢି ଉଠିଥିବା ଶ୍ରୀବତ୍ସ ଗୋଆଶ୍ରମ ରେ ପ୍ରତ୍ୟେକ ବର୍ଷ ତାଙ୍କର ଜୟନ୍ତୀ ପାଳନ କରି ଆସୁଛି।ଆଜି ଏହି ପୂଣ୍ୟ ଦିବସରେ ବିଶ୍ୱ ଶାନ୍ତି ନିମନ୍ତେ ୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ସଭାପତି ଆଚାର୍ଯ୍ୟ ଡ଼. ସୁଦର୍ଶନ ଦେବ, ସମ୍ପାଦକ ଶ୍ରୀ ଗୋପବନ୍ଧୁ ସାହୁ, ସଂଚାଳକ ଆଚାର୍ଯ୍ୟ ଶୃତିପ୍ରିୟ ଶାସ୍ତ୍ରୀ, କୋଷାଧ୍ୟକ ଏ ସନ୍ତୋଷ ଆଚାରୀ, ଡ଼ ଉଷା ମୁନୀ,ସ୍ୱାମୀ ଅତ୍ମାନନ୍ଦ ସରସ୍ବତୀ, କୈଳାଶ ନନ୍ଦ, ପୁରସ୍ତମ,ଟ୍ରଷ୍ଟି ସୁବ୍ରତ ସାହୁ, ମୁଖ୍ୟ ଆକର୍ଷଣ ରାଜ୍ୟ ବିଜେପି ପ୍ରବକ୍ତା ଲକ୍ଷ୍ମଣ ପଣ୍ଡା, ଓ ଆଶ୍ରମ ର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟ ସମାପନ କରାଯାଇଥିଲା ପରିଶେଷରେ ଭକ୍ତ ଙ୍କ ପାଇଁ ପ୍ରସାଦ ବିତରଣ ହୋଇଥିଲା ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.