ପୋଲସରା (ପିପିଟି) : ଅଷ୍ଟଦୁର୍ଗସ୍ଥ ପୋଲସରା ସହରର ୧୫ ନଂ ୱାର୍ଡ ତୋଟାସାହି ଓ ଦେବିନଗର ସାହି ମଧ୍ୟସ୍ଥିତ ଗ୍ରାମଦେବୀ ଶ୍ରୀ ଶ୍ରୀ ଶ୍ରୀ ମା’କନ୍ଧୁଣୀଦେବୀଙ୍କ ପ୍ରାଙ୍ଗଣ ନିକଟରେ ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ନୂତନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଲାଗି ତାରି ଦିବସୀୟ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଦିକ୍ଷାଗ୍ରହଣ, ଅଙ୍କୁରାରୋପଣ ପରେ ଦ୍ୱିତୀୟ ଦିନରେ ମଣ୍ଡଳକରଣ,ଗଙ୍ଗା ଆବାହନ, ଜଳଯାତ୍ରା ବା କର୍ମାରମ୍ଭ,ଶାଲାପୂଜା, ସୂର୍ଯ୍ୟପୂଜା, ମଣ୍ଡଳପୂଜା, ଧାନ୍ୟାଧିବାସ, ଅଗ୍ନିସ୍ଥାପନ, ଘୃତଯଜ୍ଞ ତୃତୀୟ ଦିନ ମଣ୍ଡଳପୂଜା, ଦେବତିଙ୍କ ମହାସ୍ନାନ ଶୟନ, ଘୃତଯଜ୍ଞ, ରାତ୍ର ଦେବତାଙ୍କ ଦେବନ୍ୟାସ, ନାମଯଜ୍ଞ ଅଧିବାସ ଏଵଂ ଚତୁର୍ଥ ଦିନ ସର୍ବଦେବତା ପୂଜା, ଦେବତାଙ୍କ ନଗରଭ୍ରମଣ, ଶୁଭଲଗ୍ନରେ ଦେବତାଙ୍କ ସିଂହାସନ ଆରୋହଣ, ଘୃତଯଜ୍ଞ ପୁର୍ଣ୍ଣହୁତି, ନାମଯଜ୍ଞ, ଅନ୍ନଯଜ୍ଞ ହେବାପରେ ଶେଷଦିନ ନାମଯଜ୍ଞ ସମାପନ ହୋଇଥିଲା। ଏହି ବୈଶାଖ ଶୁକ୍ଳ ନବମୀ ତିଥି ଠାରୁ ଶୁକ୍ଳ ଦ୍ଵାଦଶୀ ତିଥି ଦିବସ ମଧ୍ୟରେ ପଣ୍ଡିତ ନାରାୟଣ ଆଚାର୍ଯ୍ୟଙ୍କ ସମେତ ବୈଦିକ ପଣ୍ଡିତମାନେ ଉପସ୍ଥିତ ରହି ଭବ୍ୟଦିବ୍ୟ ମହାନ କାର୍ଯ୍ୟକ୍ରମକୁ ବିଧିବିଧାନ ରିତିକାନ୍ତ ଭାବେ ସମାପ୍ତ କରିଥିଲେ। ପ୍ରତିଦିନ ଶହଶ୍ରାଧିକ ସଂଖ୍ୟାରେ ଶ୍ରଦ୍ଧେୟ ଭକ୍ତବୃନ୍ଦ ଏହି ମାଙ୍ଗଳିକ ଯଞ୍ଜାନୁଷ୍ଠାନ ସମାରୋହରେ ଯୋଗଦେଇ ଯଥାଯୋଗ ସାହାର୍ଯ୍ୟ କରି ଶ୍ରୀ ରୁନ୍ଦ୍ରାବତାର ହନୁମାନଙ୍କ କୃପାଶିଷ ଲାଭ କରି ସର୍ବସୁଖ ସମୃଦ୍ଧି ବିଭୁକୃପା ଲାଭ କରିବାର ଦେଖିବାକୁ ମିଳିଥିଲା। ଏହି ଉତ୍ସବଟିକୁ ତୋଟାସାହି ଓ ଦେବୀନଗର ସାହିବାସିନ୍ଦା ମିଳିତ ଭାବେ ସହରବାସୀଙ୍କ ଅକୃଷ୍ଠ ସହଯୋଗରେ କରିଥିଲେ।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା